www.samajalive.in
Saturday, December 6, 2025
17.1 C
Bhubaneswar

କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ସରପଞ୍ଚକୁ ଦାବି ପତ୍ର ଦେଲେ ପଞ୍ଚାୟତବାସୀ

କନ୍ଧମାଳ: ନ୍ଧକମାଳ ଜିଲ୍ଲା କ ନୂଆଗାଁ ବ୍ଳକ ସାରଙ୍ଗଡ ପଞ୍ଚାୟତରେ ଦୀର୍ଘ ୨୮ ଦିନ କଣ୍ଟେନମଣ୍ଟଟ ଲାଗିରହି ଥିବାରୁ ପଞ୍ଚାୟତବାସୀ ଅତିଷ୍ଠହୋଇ ଏହାକୁ ଉଠେଇବା ପାଇଁ ସରପଞ୍ଚଙ୍କୁ ଏକ ଦାବିପତ୍ର ଦେଇଛନ୍ତି।  ଯେହେତୁ ସରପଞ୍ଚ ସମସ୍ତ ବ୍ୟବସାୟୀ, ଖାଦ୍ୟ ସାମଗ୍ରୀ ପନିପରିବା ଯାନ କୌଣସି ପ୍ରକାର ମାଲବାହୀ ଯାନ ସାରଙ୍ଗଡ ପଞ୍ଚାୟତ ଠାରେ ଆନଲୋଡ ନ କକରିବାକୁ ଓ ଦୁଇଚକିଆ ଯାନ ପଞ୍ଚାୟତ ବାହାରକୁ ନ ଯିବାକୁ ନିର୍ଦେଶ ଦେଇଛନ୍ତି। ତେଣୁ ଲୋକେ ଅତି ଆବଶ୍ୟକୀୟ ସମଗ୍ରୀ ପନିପରିବା ଠିକ୍ ରୂପେ ପାଇ ପରୁ ନାହାଁନ୍ତି। ଦର ଆକାଶଛୁଆ ହେଲାଣି ବ୍ୟବସାୟୀ ଲୁଚା ଛପା ଦେଲେ ବାରମ୍ବାର ଜୋରିମାନା ଦେବାକୁ ପଡୁଛି। ପଞ୍ଚାୟତ ତରଫରୁ ଦିଆଯାଇଥିବା ଭେଣ୍ତେରଧାରି ଏତେ ବଡ ପଞ୍ଚାୟତର ପଞ୍ଚାୟତ ବାସୀଙ୍କୁ ସୌଦା ଯୋଗାଇପାରୁନାହିଁ ତେଣୁ ଜୋରିମନା ଦେବାହେତୁ ବ୍ୟବସାୟୀ ଖାଦ୍ୟ ଜିନିଷ ଦେଉନାହିଁନ୍ତି । ଉଠା ବ୍ୟବସାୟୀ, ମଧ୍ୟବିତ୍ତ ପରିବାର ଓ ସର୍ବସାଧାରଣ ନିଜର ଜୀବିକା ହରିଇଲେଣି ଜିନିଷ କିଣିବା ପାଇଁ ଅର୍ଥ ନାହିଁ । ଜୀବନ ଆଗେ ବୁଝୁଥିଲେ ମଧ୍ୟ ଜୀବିକା ପାଇଁ ବାଧ୍ୟ ହୋଇ ସମସ୍ତଙ୍କ ତରଫରୁ ଏକ ଦାବି ପତ୍ର ସରପଞ୍ଚଙ୍କ ପ୍ରଦାନ କରିବାସହ ତୁରନ୍ତ ପଦକ୍ଷେପ ନ ନେଲେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories