www.samajalive.in
Saturday, December 13, 2025
26.1 C
Bhubaneswar

ଭୂକମ୍ପ ଆସିବା ପୂର୍ବରୁ ସତର୍କ କରାଇବ ଗୁଗଲ, ଆଣ୍ଡ୍ରଏଡ୍‌ ଫୋନରୁ ମିଳିବ ସୂଚନା

ନୂଆଦିଲ୍ଲୀ: ଏଣିକି ଭୂକମ୍ପ ଆସିବା ପୂର୍ବରୁ ଲୋକଙ୍କୁ ସତର୍କ କରାଇଦେବ ସର୍ଚ୍ଚ ଇଞ୍ଜିନ ଗୁଗଲ। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କୁ ଏହାର ଫାଇଦା ଉପଲବ୍ଧ ହେବ। ଏଭଳି ଏକ ଟେକ୍ନୋଲୋଜି ବିକାଶ କରୁଛି ଗୁଗଲ। ଏହାର ନାମ ରହିଛି ଆର୍ଥକ୍ଵେକ୍‌ ୱାର୍ଣ୍ଣିଂ ଟୁଲ୍‌ସ। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଗୁଗଲ ଏହି ଟୁଲ୍‌ ପ୍ରସ୍ତୁତ କରୁଛି।

ୟୁଏସଏ ଟୁଡେ ରିପୋର୍ଟ ମୁତାବକ, ଆଣ୍ଡ୍ରଏଡ୍‌ ଡିଭାଇସ୍‌ ଜରିଆରେ ଭୂକମ୍ପ ସତର୍କତା ବାର୍ତ୍ତା ପଠାଇବା ଲାଗି ଗୁଗଲ ଆମେରିକାର ଭୂତାତ୍ତ୍ଵିକ ସର୍ବେକ୍ଷଣ ସହିତ ମିଶି କାମ କରିବା ଆରମ୍ଭ କରିଛି। ଏହି ସେବା କାଲିଫର୍ଣ୍ଣିଆରୁ ଆରମ୍ଭ କରାଯିବ। ଏକ ବ୍ଲଗ୍‌ରେ ଗୁଗଲ କହିଛି, ବିଶ୍ଵରେ ପ୍ରାକୃତିକ ବିପର୍ଯ୍ୟୟର ବିପଦ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଆମେ ଚିନ୍ତା କରୁଛୁ ଏ ଦିଗରେ ଆଣ୍ଡ୍ରଏଡ୍‌ ଡିଭାଇସର ସହାୟତା ନିଆଯାଇପାରିବ। ଭୂକମ୍ପ ଭଳି ସ୍ଥିତିରେ ଲୋକମାନଙ୍କୁ କିଛି ସେକେଣ୍ଡ ପୂର୍ବରୁ ଆଲର୍ଟ ପଠାଯାଇ ସେମାନଙ୍କୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷିତ ରହିବାରେ ସହାୟତା କରାଯାଇପାରିବ।

- Advertisement -

ଗୁଗଲ ଆହୁରି କହିଛି, ଭୂକମ୍ପ ଆସିବା ସମୟରେ ତାହାକୁ ଠାବ କରିବା ଏବଂ ଆଲର୍ଟିଂ ସିଷ୍ଟମକୁ ଆଡ୍‌ଭାନ୍ସଡ୍‌ ସିଗନାଲ୍‌ ପଠାଇବା ପାଇଁ ଆଣ୍ଡ୍ରଏଡ୍‌ ଫୋନ୍‌ଗୁଡ଼ିକୁ ଏକ ଛୋଟିଆ ସେସ୍‌ମୋମିଟରରେ ପରିବର୍ତ୍ତନ କରାଯାଇପାରିବ।  ଏହାକୁ ଆମେ ଆଣ୍ଡ୍ରଏଡ୍‌ ଆର୍ଥକ୍ଵେକ୍‌ ଆଲର୍ଟିଂ ସିଷ୍ଟମ କହୁଛୁ। ଅଧିକାଂଶ ସ୍ମାର୍ଟଫୋନ୍‌ ଛୋଟ ଏକ୍ସିଲେରୋମିଟର ସହିତ ଆସୁଛି, ଯାହା ଭୂକମ୍ପକୁ ଅନୁଭବ କରିପାରିବ। ଏପରି କି ଏହା ପି-ତରଙ୍ଗକୁ ଠାବ କରିବାରେ ବି ସକ୍ଷମ ହେବ, ଯାହା ଭୂକମ୍ପ ଆରମ୍ଭ ହେବା କ୍ଷଣର ସବୁଠୁ ପ୍ରାରମ୍ଭିକ ତରଙ୍ଗ। ଭୂକମ୍ପ ସମୟରେ ଆସୁଥିବା ଏସ-ତରଙ୍ଗ ତୁଳନାରେ ଏହା କମ୍‌ କ୍ଷତିକାରକ। ଯଦି ଫୋନ୍ ଏପରି କିଛି ଚିହ୍ନଟ କରେ ଯାହା ଭୂକମ୍ପ ଭାବରେ ବିବେଚନା କରାଯାଏ, ଏହା ତୁରନ୍ତ ଗୁଗୁଲର ଭୂକମ୍ପ ଚିହ୍ନଟ ସର୍ଭରକୁ ଏକ ସଙ୍କେତ ଦେବ। ଆହୁରି ମଧ୍ୟ, ଯେଉଁଠାରେ ଭୂକମ୍ପ ଭଳି ଲକ୍ଷଣ ଦେଖାଯାଇଥିବ, ସେହି ସ୍ଥାନର ଲୋକେଶନ ମଧ୍ୟ ଗୁଗଲ ସର୍ଭରକୁ ଚାଲିଯିବ। ଏହା ପରେ ସର୍ଭର ବାକି ଫୋନଗୁଡିକର ସୂଚନାକୁ ଏକତ୍ର କରିବ ଏବଂ ଭୂକମ୍ପ ଆସୁଛି କି ନାହିଁ ବୁଝିବାକୁ ଚେଷ୍ଟା କରିବ। ଭୂକମ୍ପ ଆସୁଥିବା ସ୍ପଷ୍ଟ ହେବା ପରେ ଗୁଗଲ ଆଣ୍ଡ୍ରଏଡ୍‌ ଫୋନ ବ୍ୟବହାରକାରୀଙ୍କ ନିକଟକୁ ସତର୍କ ସୂଚନା ପଠାଇବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories