www.samajalive.in
Monday, December 8, 2025
27.1 C
Bhubaneswar

ବାଲିଘାଟ ବନ୍ଦ ଦାବିିରେ ପ୍ରଶାସନ ଶୁଣିଲାନି: ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଗଡମଧୁପୁର : ରସୁଲପୁର ବ୍ଲକ କଲଣ ପଞ୍ଚାୟତର ବ୍ରହ୍ମଣବାଡ ଓ ଭଗତପୁରଠାରେ ଦୁଇଟି ବାଲିଘାଟରୁ ଆଜକୁ ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଅଛି। ଅନେକ ଦିନ ଧରି ବାଲିମାଫିଆ ମାନେ ଏଠାରୁ ବାଲି ଉଠାଇ ଧର୍ମଶାଳା ବ୍ଲକର ଅନେକ ପଞ୍ଚାୟତରେ ଶତାଧିକ ଟ୍ରିପ ବାଲି ଚଢା ଦରରେ ବିକ୍ରି କରିଆସୁଥିଲେ ହେଁ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ କରୁନାହିଁ। ଏହି ଘାଟରୁ ବାଲି ଚୋରା ଚାଲାଣ କରାଯାଇ ଗଡମଧୁପୁର, ମହିଶରା, ସମ୍ପାରୁ, କମାଗଡ, ଅଣ୍ଟିଆ, ସାହାଣିଡିହ, ପାଖର, ଆରୁହା, ତରଞ୍ଜିଆ ଆଦି ପଞ୍ଚାୟତରେ ବିକ୍ରି କରାଯାଉଛି। ଦୈନିକ ଶତାଧିକ ଗାଡି ବାଲି ବୋଝେଇ କରି ରାସ୍ତାରେ ଚଳାଚଳ କରିବାରୁ ରାସ୍ତାରେ ବାଲିଗଦା ହେବା ସହିତ ରାସ୍ତାରେ ପାଣି ପଡ଼ି ଓଦା ହୋଇ ରାସ୍ତାପ୍ରତି ବିପଦ ଦେଖାଦେଉଛି।

ଫଳରେ ବ୍ରହ୍ମଣବାଡ ଓ ଭଗତପୁର ଗାଁର ମୁଖ୍ୟ ନଦୀବନ୍ଧ ରାସ୍ତାଟି ଭାଙ୍ଗିରୁଜି ଯିବା ସହିତ ନିକଟବର୍ତ୍ତୀ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କର ଯାତାୟତ ପ୍ରତି ବିପଦ ସୃଷ୍ଟି ହେଉଛି। ଆଗକୁ ସ୍କୁଲ ଖୋଲାଯିବାକୁ ଥିବାରୁ ଗ୍ରାମବାସୀ ମାନେ ଏହିରାସ୍ତାରେ ବାଲି ବୋଝେଇ ଟ୍ରାକ୍ଟର ଚଳାଚଳକୁ ଘୋର ବିରୋଧ କରୁଛନ୍ତି। ତେବେ ଅନେକ ଅଭିଯୋଗ ପରେ ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେଇ କେବଳ ରାତି ଅଧିଆ ଚଢାଉ କରି ବାଲିପାଇଁ ଆସିଥିବା, ଘାଟରେ ପଶିଥିବା ଓ ବାଲି ବୋଝେଇ କରି ଫେରୁଥିବା ଗାଡିକୁ ଧରି କିଛି କିଛି ଜୋରିମନା କରି ଛାଡି ଦେବାକୁ ଗ୍ରାମବାସିମାନେ ସହଜରେ ହଜମ କରିପାରି ନଥିଲେ। ସେଥିରେ ମଧ୍ୟ ପ୍ରୟା ପ୍ରିତି ତୋଷଣ କରାଯାଉଥିବା ଜଣିବାକୁ ମିଳିଛି। ରାଜନୈତିକ ବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ଜୋରିମନା କମିଯାଉଥିବା ମଧ୍ୟ ସୁଣିବାକୁ ମିଳୁଛି। ଫଳରେ ଏହି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ର ହୋଇ ପ୍ରଶାସନର ଏଭଳି ଅନ୍ଧ ବିଚାର ବିରୁଦ୍ଧରେ ତିବ୍ର ପ୍ରତିକ୍ରିୟା ରଖିଥିଲେ। ହାତରେ ପ୍ଲା କାର୍ଡ ପ୍ରଦର୍ଶନ କରି ନଦୀବନ୍ଧର ସୁରକ୍ଷା ପାଇଁ ବାଲିଘାଟକୁ ବନ୍ଦ ଆମର ଦାବି ନାରା ଦେଇ ରାସ୍ତାରେ ବସିରହିଥିଲେ। ଏହି ସମୟରେ ବାଲି ବୋଝେଇ କରି ଯାଉଥିବା ବାଲିଗାଡିକୁ ଅଟକାଇ ରଖିଥିଲେ। ସରକାର ଟଙ୍କାଟିଏ ରାଜସ୍ୱ ପାଉ ନଥିବା ବେଳେ ସ୍ଥାନୀୟ ଲୋକମାନଙ୍କର କ୍ଷତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଉପସ୍ଥିତ ଲୋକମାନେ କହିଥିଲେ। ସ୍ଥାନୀୟ ଲୋକେ ଏ ସମ୍ବନ୍ଧରେ ଅରଡିସି ଅନିଲ କୁମାର ସାମଲଙ୍କୁ ଜଣାଇବାରୁ ସେ ଉପଜିଲାପାଳଙ୍କୁ ଘଟଣାସ୍ଥଳକୁ ପଠାଇବାର ପ୍ରତିଶୃତି ଦେଇଥିବା ଜଣାଯାଇଛି। ଖବର ଲେଖାଯିବା ବେଳକୁ ଅନ୍ଦୋଳନ ଚାଲୁଥିବା ଜଣାଯାଇଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories