www.samajalive.in
Monday, December 8, 2025
14.1 C
Bhubaneswar

ମାଓ ସମସ୍ୟା ଓ ବେଆଇନ ଗଞ୍ଜେଇ ଚାଷ ବନ୍ଦକୁ ଗୁରୁତ୍ୱ : ଏସ୍‍.ପି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦୁଇ ପ୍ରମୁଖ ମାଓ ସମସ୍ୟା ଓ ବେଆଇନ ଗଞ୍ଜେଇ ଚାଷ, ଚାଲାଣ ଉପରେ ଗୁରୁତ୍ୱ ଦେଇ କିପିରି ଏହା ତୃଣମୂଳ ସ୍ତରରେ ବନ୍ଦ ହେବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କନ୍ଧମାଳର ନୂତନ ଏସପି ଭିନୀତ୍‍ ଅଗ୍ରୱାଲ କହିଛନ୍ତି। ଆଜି ଜିଲ୍ଲା ପୁଲିସ୍‍ ମୁଖ୍ୟାଳୟରେ ଗଣମାଧ୍ୟମକୁ ଏକ ସୌଜନ୍ୟମୁଳକ ସାକ୍ଷାତ ଦେଇଥିଲେ। ଜିଲ୍ଲାରେ କିପରି ମାଓ କାର୍ଯ୍ୟକଳାପ ବନ୍ଦ ହେବା ସହ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିବେ ତାହା ଉପରେ ସେ ଗୁରୁତ୍ୱ ଦେବେ। ଏଥିସହ ଜିଲ୍ଲାରେ ଅନ୍ୟ ଏକ ପ୍ରମୁଖ ସମସ୍ୟା ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବନ୍ଦ ହେବ ସେ ଦିଗ ଉପରେ ମଧ୍ୟ ସେ ଫୋକସ କରିବେ ବୋଲି ମତ ଦେଇଛନ୍ତି। ଏହା ଛଡା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତ ବଜାୟ ରଖିବା ସହ ପୁଲିସ୍‍ ସେବାକୁ ଲୋକଙ୍କ ନିକଟତର କରିବା ଦିଗରେ ସେ ସବୁ ପ୍ରକାର ଉଦ୍ୟମ କରିବେ। ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପୁଲିସ୍‍ କାର୍ଯ୍ୟ କରିବ। ମହାମାରି କରୋନାର ମୁକାବିଲା ପାଇଁ ସମସ୍ତେ ପ୍ରଶାସନକୁ ସହଯୋଗ କରିବା ସହ ସରକାରଙ୍କ ନିୟମ ପାଳନ କରିବାକୁ ସେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି। କୌଣସି ଜରୁରୀ କାମ ନଥିଲେ ଘରୁ ନବାହରିବା, ମାସ୍କ ବ୍ୟବହାର କରିବା ସାମାଜିକ ଦୂରତା ରକ୍ଷା କରିବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେବା ସହ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି। ଏଥିସହିତ ପୁଲିସ୍‍ ସବୁବେଳ ଜନତାଙ୍କ ପାଇଁ କାମ କରୁଛି। ତେଣୁ କେହି ମଧ୍ୟ ଯେଭଳି ଭାବେ ଥାନାମାନଙ୍କରୁ ନିରାଶ ହୋଇ ନଫେରିବେ ସେ ଦିଗରେ ମଧ୍ୟ ସେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ମାଓବାଦୀମାନେ ଯେଉଁମାନେ ଜଙ୍ଗଲରେ ଘୁୁରୁ ବୁଲୁଛନ୍ତି ସେମାନେ ନିଜକୁ ଆତ୍ମସମର୍ପଣ ପାଇଁ ମଧ୍ୟ ଆଜି ଆହ୍ୱାନ ଦେଇଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିବେ ସେମାନଙ୍କୁ ମଧ୍ୟ ସରକାରଙ୍କ ଯେଉଁ ଯୋଜନା ରହିଛି ସେଥିରେ ସାମିଲ୍‍ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ଏହି ସୌଜନ୍ୟମୂଳକ ସାକ୍ଷାତ କାର ପ୍ରାରମ୍ଭରେ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମସ୍ତ ଜିଲା ସ୍ତରୀୟ ସାମ୍ବାଦିକମାନେ ସାମିଲ୍‍ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories