www.samajalive.in
Monday, December 8, 2025
13.1 C
Bhubaneswar

ବଢୁଛି ଲାଲବାହିନୀର ଗତିବିଧି: ସନ୍ଦେହରେ ୨୦୨୬ ସୁଦ୍ଧା ମାଓମୁକ୍ତ କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ଲକ୍ଷ୍ୟରେ ପୁଲିସ କାମ କରୁଛି। ଜିଲା ସମେତ ସୀମାନ୍ତବର୍ତ୍ତୀ ଜିଲାରେ ମାଓ ସଂଗଠନଗକୁ ନିର୍ମୂଳ କରିବାକୁ ବିଗତ ଦିନରେ କନ୍ଧମାଳ ଜିଲାକୁ ପୁଲିସ୍‍ ମହାନିର୍ଦେଶକଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ତୁହାକୁ ତୁହା ଗସ୍ତ କରିଛନ୍ତି। ରୁଦ୍ଧଦ୍ୱାରା ବୈଠକ ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦେଶ ପ୍ରକାରେ ୨୦୨୬ ସୁଦ୍ଧା କନ୍ଧମାଳକୁ ମାଓମୁକ୍ତ କରିବା ପାଇଁ ଜିଲା ପୁଲିସ ନାନା ପଦକ୍ଷେପ ଗ୍ରହଣ କରୁଛି। ଅନେକ କୁଖ୍ୟାତ ମାଓନେତା କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କମ୍ବିଂ ଅପରେସନ ଚାଲିଛି। ତଥାପି ଜିଲାରେ ମାଓ କାର୍ଯ୍ୟପଳାପ କମିବା ପରିବ​‌େ​‌ର୍ତ୍ତ ବଢିବାରେ ଲାଗିଛି। ନିକଟର କନ୍ଧମାଳରେ ସଂଘଟିତ ମାଓ ହିଂସା କାରଣରୁ ୨୦୨୬ ସୁଦ୍ଧା ମାଓମୁକ୍ତ କନ୍ଧମାଳ ସାକାର ରୂପ ନେବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ମଙ୍ଗଳବାର କନ୍ଧମାଳ-ଗଞ୍ଜାମ ଜିଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତଠାରୁ ୧୫ କିଲୋମିଟର ଦୂର ଗେଦିଙ୍ଗିଆ ଜଙ୍ଗଲରେ ପୁଣିଥରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷା କର୍ମୀ ଓ ମାଓବାଦୀ। ଉଭୟ ପକ୍ଷରୁ ଗୁଳି ବିନିମୟରେ ଜଣେ ଏସଓଜି ଯବାନ ଗୁରତର ହୋଇଛନ୍ତି। ଦୀର୍ଘ ବର୍ଷର ନିରବତା ପରେ ପୁଣିଥରେ ରାଇକିଆ ଥାନା ଅଞ୍ଚଳରେ ମାଓହିଂସା ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। କେବଳ ସେତିକି ନୁହେଁ, ସେହିଦିନ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡିର ସୁଡ଼୍ରା ପଞ୍ଚାୟତ ଯିବା ରାସ୍ତାର ଡ଼ାବୁଡ଼କା ଘାଟିର ଏକାଧିକ ସ୍ଥାନରେ ଲାଗିଥିଲା ମାଓପୋଷ୍ଟର।

ଇତିମଧ୍ୟରେ କନ୍ଧମାଳ ପୁଲିସ ନିକଟରେ ୧୦ରୁ ଊର୍ଦ୍ଧ୍ବ କୁଖ୍ୟାତ ମାଓବାଦୀ ଆତ୍ମସମର୍ପର୍ଣ କରି ସାରିଥିବାବେଳେ ଚଳିତ ବର୍ଷ ୫ ଜଣ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତିା। ବର୍ତ୍ତମାନ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲାରେ ମାଓବାଦୀଙ୍କ ସଂଖ୍ୟା ୫୦ ତଳକୁ ଖସି ଆସିଥିବା କିଛିଦିନ ତଳେ ଫୁଲବାଣୀରେ ଆୟୋଜିତ ଏକ ସାମ୍ବାଦିକ ସମମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ସୂଚନା ଦେଇଥିଲେ। ଏପଟେ ରାଇକିଆ ଏବଂ ବାରଖମା ଅଞ୍ଚଳରେ ମାଓ ଉପସ୍ଥିତି ଜଣାପଡିବା ପରେ ପୁଲିସର ଲଗାତାର ଅଭିଯାନ କାରଣରୁ ଲାଲବାହିନୀ ନିଜକୁ ସୁରକ୍ଷିତ ରଖିବା ପାଇଁ ନୂଆ ଠିକଣା ସନ୍ଧାନରେ ରହିଛି। କନ୍ଧମାଳ ଜିଲାରେ ଲାଲବାହିନୀର ଦୁଇଟି ସଂଗଠନ କେକେବିଏନ ଏବଂ ବିଜିଏନ କାର୍ଯ୍ୟ କରୁଥିଲେ ମଧ୍ୟ ଜିଲାରେ କେକେବିଏନ ସଂଗଠନ ସକ୍ରିୟ ରହିଛି। ମାଓନେତା ସବ୍ୟସାଚୀ ପୁଲିସ ହାତରେ ଧରାପଡିବା ପରେ କନ୍ଧମାଳ ଜିଲା ଦାୟିତ୍ୱ ଛତିଶଗଡ କ୍ୟାଡରଙ୍କ ହାତରେ ନ୍ୟସ୍ତ ରହିଛି। ଲାଲବାହିନୀ କନ୍ଧମାଳରୁ ବୌଦ୍ଧ ଦେଇ ଛତିଶଗଡ ପର୍ଯ୍ୟନ୍ତ ଏକ କରିଡର ପ୍ରସ୍ତୁତ କରିଛନ୍ତି। ଜାମ୍ପାନ୍ନା ଓ ତାଙ୍କ ସ୍ତ୍ରୀ ଦୁର୍ଗା ନେତୃତ୍ୱ ନେଇ ଏଠାରେ କେକେବିଏନ ସଂଗଠନ ସମ୍ଭାଳୁଥିଲେ। ସେହିଭଳି କଳାହାଣ୍ଡି – କନ୍ଧମାଳ ବର୍ଡର ଦାୟିତ୍ୱ ଗୁଡୁ ମଣ୍ଡାରୀ ଓରଫ ଦାଶରୁ ଏବଂ ବୌଦ୍ଧ – ନୟାଗଡ ବର୍ଡର ଦାୟିତ୍ୱ ନେଇଥିଲେ ଶଙ୍କର ମାଝୀ ଓରଫ ବାଦଲ। କିଛିବର୍ଷ ତଳେ ଜାମ୍ପାନ୍ନା ଓ ଦୁର୍ଗା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପର୍ଣ କରିଥିଲେ। ୨୦୧୮ରେ କନ୍ଧମାଳ ଜିଲା ସୁଡ୍ରୁକୁମ୍ପା ନିକଟରେ ପୁଲିସ ସହିତ ଗୁଳି ବିନମୟରେ ବାଦଲ ପ୍ରାଣ ହରାଇଥିଲେ। ଗତବର୍ଷ ଫେବୃୟାରୀରେ ଦୁର୍ଦାନ୍ତ ମାଓନେତା ଦାଶୁର ମଧ୍ୟ ପୁଲିସ ଗୁଳିରେ ନିହତ ହୋଇଥିଲା। ଏହାପରେ ପ୍ରାୟତଃ ଜିଲାରେ ମାଓ ସଙ୍ଗଠନ ଦୁର୍ବଳ ହୋଇ ପଡିଥିଲା। ପୂର୍ବରୁ କେବଳ ରାଜ୍ୟ ପୁଲିସ ମାଓ ବିରୋଧୀ ଅପରେସନରେ ସାମିଲ ଥିବାବେଳେ ପରବର୍ତ୍ତୀ ସମୟରେ ସିଆରପିଏଫ୍‍ ଏବଂ ବିଏସଏଫକୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ତଥାପି ଜିଲା​‌େ​‌ର କୌଣସି ନା କୌଣସି ସ୍ଥାନରେ ମାଓ କାର୍ଯ୍ୟକଳାପ ପରିଲକ୍ଷିତ ହେଉଛି।

- Advertisement -

ଜିଲାର ଗୋଚ୍ଛାପଡା, ଫିରିଙ୍ଗଆ ,ବାଲିଗୁଡା. ତୁମୁଡିବନ୍ଧ, ବେଲଘର ଓ ରାଇକିଆ ଥାନା ଅଞ୍ଚଳରେ ମାଓ ଗତିବିଧି ଅନେକ ସମୟରେ ପରିଲକ୍ଷିତ ହେଉଛି। ପୁଲିସର ସୂଚନା ଅନୁସାରେ ଜିଲାରେ ଆଉ ୫୦ରୁ କମ ମାଓବାଦୀ ରହିଛନ୍ତି। ସୁରକ୍ଷା ବାହିନୀର ଶକ୍ତିବୃଦ୍ଧି ଏବଂ ଯୋଜନାବଦ୍ଧ ଅଭିଯାନ ଦ୍ବାରା ମାଓ କାର୍ଯ୍ୟକଳାପ ଲୋପ ପାଇବା ନିଶ୍ଚିତ ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି. କହିଛନ୍ତି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories