www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ରଙ୍କ ଆତ୍ମହତ୍ୟା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ନିକଟ ତଥା କଲେଜ ରୋଡରେ ରହୁଥିବା ଛାତ୍ର ରୁଦ୍ର ନାରାୟଣ ବେହେରା (୨୨) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରୁଦ୍ର ଜିଆଇଇଟି ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ତାଙ୍କ ଘର ଛତ୍ରପୁର ବୋଲି ଜଣାପଡ଼ିଛି। ଗୁରୁବାର ସଂଧ୍ୟାରେ ମାଆ ବାହାରକୁ ଯାଇ ଥିବାବେଳେ ଛାତ୍ର ଜଣଙ୍କ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ। ପୁଲିସ ଏ ସଂପର୍କରେ ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ଜଣାପଡି ନ ଥିବାବେଳେ ଘରୁ ଏକ ସୁଇସ।ଇଡ ନୋଟ୍‌ ପୁଲିସ ଜବତ କରିଥିବା ଜଣାପଡ଼ିଛି। ପୁଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories