www.samajalive.in
Tuesday, December 9, 2025
19.1 C
Bhubaneswar

ଅନିମା ପୁଣି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲାରେ ବିଜେଡ଼ିରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ପୁଣିଥରେ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଜିଲା ବିଜୁ ମହିଳା ଜନତା ଦଳ ସଭାନେତୀ ମାନେ ମନୋନୀତ ହୋଇଛନ୍ତି। ଜଣେ ଦକ୍ଷ ସଂଗଠିକା ଭାବେ ଜିଲାରେ ସେ ବେଶ ପରିଚିତ । ପୂର୍ବରୁ ମଧ୍ୟ ଦୀର୍ଘ ୫ ବର୍ଷ ଧରି ସେ ଏହି ପଦବୀରେ ଥିଲେ। କନ୍ଧମାଳ ଜିଲାର ବିଜେଡ଼ିରେ  ବଡ଼ ଧରଣର ପରିବର୍ତ୍ତନ ପ୍ରକାରେ ଅନିମାକୁ ପୁନଃ ଜିଲା ମହିଳା ଦଳ ସଭାନେତ୍ରୀ ଭାବେ ନିଯୁକ୍ତି ମଳିଛି । ତାଙ୍କ ଉପରେ ଆସ୍ଥାରଖି ପୁନର୍ବାର କନ୍ଧମାଳ ଜିଲା ବିଜୁ ମହିଳା ଜନତାଦଳ ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିବାରୁ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ସମସ୍ତ ତିନୋଟି ନିର୍ବାଚନ ମଣ୍ଡଳିର ବିଧାୟକ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ଯେଭଳି ଭାବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଛନ୍ତି ତାହାକୁ ସେ ସଠିକ୍ ଭାବେ ପାଳନ କରିବା ସହିତ ଜିଲାରେ ଦଳକୁ ଆହୁରି ଅଧିକ ମଜବୁତ୍ ପାଇଁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ମତ ଦେଇଛନ୍ତି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories