ଫୁଲବାଣୀ: କରୋନା ସଂକ୍ରମଣ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ୨ ଜଣ କରୋନା ଯୋଦ୍ଧାଙ୍କ ସମେତ ଜିଲାରେ ଆଜି ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୧୩ ପହଞ୍ଚିଛି। ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୩୨୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି। ବର୍ତ୍ତମାନ ୪୬୧ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୯ ଜଣ ଓ ଗ୍ରାମାଞ୍ଚଳରେ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡା ବ୍ଳକ ଓ ବିଜ୍ଞାପିତ ଅଞ୍ଚଳରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଘୁ.ଉଦୟଗିରିର ୨ ଜଣ, କ.ନୁଆଗାଁର ୩ଜଣ, ଚକାପାଦରେ ୩, କୋଟଗଡରେ ୩ ଜଣ, ଖଜୁରିପଡାରେ ଜଣେ, ଫିରିଙ୍ଗିଆ ୪, ରାଇକିଆ ୪, ଟିକାବାଲିର ୩, ତୁମୁଡିବନ୍ଧ ଅଞ୍ଚଳରୁ ୨ ଜଣ ଓ ଅନ୍ୟାନ୍ୟ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।



