www.samajalive.in
Friday, December 12, 2025
26.1 C
Bhubaneswar

କାଙ୍ଗେଇଲୋ ଗ୍ରାମରେ ଲକ୍ଷ୍ମୀପୂଜା ଓ ଭସାଣି

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କଙ୍ଗେଇଲ ଗ୍ରାମରେ ଲକ୍ଷ୍ମୀପୂଜା ଓ ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି । କଙ୍ଗେଇଲ ଗ୍ରାମରେ କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ଲକ୍ଷ୍ମୀ ପୂଜା ଉତ୍ସବରେ କଟକଣା ଥିବା ବେଳେ ଚଳିତ ବର୍ଷ କଟକଣା ଉଠିବା ପରେ ଲକ୍ଷ୍ମୀପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ୭ଦିନ ଧରି ଅନୁଷ୍ଠିତ ଏହି ପୂଜା ଉତ୍ସବରେ ପଣ୍ଡିତ ବସନ୍ତ ପଣ୍ଡା ଯଥାବିଧି ପୂଜାର୍ଚ୍ଚନା କରିଥିବା ବେଳେ ଶ୍ରୀଧର ସ୍ୱାଇଁ କର୍ତ୍ତା ରୂପେ କାର୍ଯ୍ୟ ସଂମ୍ପାଦନ କରିଥିଲେ ।

ଗ୍ରାମର ସଭାପତି ପ୍ରତାପ ବାରିକ, ସମ୍ପାଦକ ବିକ୍ରମ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁସଜ୍ଜିତ ପୂଜା ମଣ୍ଡପରେ ମାତା ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତିକୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମହାପୂଜା, ହୋମ ଯଜ୍ଞ, ନାମ ସଂକୀର୍ତ୍ତନ କରାଯାଇଥିଲା । ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୁନି କୁନି ପିଲାମାନଙ୍କ ଦ୍ୱାରା ସଂଗୀତ ପରିବେଶଷ ହୋଇଥିଲା । ଗ୍ରାମ ଯୁବକ ମାନେ ଦୁଇ ରାତି ନାଟକ ମଞ୍ଚସ୍ଥ କରିଥିଲେ । ୧୫ ତାରିଖ ସନ୍ଧ୍ୟାରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଗ୍ରାମ ପରିକ୍ରମା ପରେ ସ୍ଥାନୀୟ ପୋଖରୀରେ ବିସର୍ଜନ କରାଯାଇଥିଲା । ଗ୍ରାମ କମିଟି ସଦସ୍ୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଗ୍ରାମବାସୀମାନେ ସହାୟତା ପ୍ରଦାନ କରିଥିଲେ ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories