www.samajalive.in
Friday, December 12, 2025
26.1 C
Bhubaneswar

ଓଡ଼ିଶା ମୋ ପରିବାର ସହାୟତାରେ ୭ ଦିନ ପରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମର ଶରୀର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନ ଖାରୀଗୁଡ଼ା ଗ୍ରାମ ପଞ୍ଚାୟତ ନିକଟସ୍ଥ ଚାଞ୍ଚାଡାପଲ୍ଲୀ ଗ୍ରାମର ସୁନିଲ ରଇତ ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟିବାକୁ ମହାରାଷ୍ଟ୍ରର ବମ୍ୱେ ସହରକୁ ଯାଇଥିଲେ। ତାଙ୍କ ସହିତ ସେହି ଗ୍ରାମର ଆଉ କିଛି ଯୁବକ ଦାଦନ ଖଟିବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ତାହା ଏବେ ମଧ୍ୟ ଅସ୍ପଷ୍ଟ। ଏହି ଖବର ପରିବାର ଲୋକେ ଜାଣିବା ପରେ ଅଡବା ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ପରିଷଦ ଉପାଧ୍ଯକ୍ଷା କୁନ୍ତଳା ମଳିକଙ୍କୁ ଜଣାଇବା ପରେ ଓଡିଶା ମୋ ପରିବାର ପକ୍ଷରୁ ତାଙ୍କର ମୃତ ଶରୀର ନିଜ ଗ୍ରାମ ଚାଞ୍ଚାଡାପଲ୍ଲୀକୁ ଅଣାଯାଇଥିଲା। ଏହା ମଧ୍ୟରେ ୭ ଦିନ ବିଳମ୍ଵ ଘଟିଥିଲା। ଶବାଧାର ନିକଟରେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା କୁନ୍ତଳା ମଲ୍ଲିକ, ଖାରି ଗୁଡା ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ। ସରପଞ୍ଚ ତାଙ୍କ ପରିବାରଙ୍କୁ ହରିଶ୍ଚନ୍ଦ୍ର ଯେIଜନାରେ ୨ହଜାର ଟଙ୍କା ଓ ବ୍ଲକ ଅଧକ୍ଷ ୧ ହଜାର ଟଙ୍କା ପ୍ରଦାନ କରିଥିଲେ I ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories