www.samajalive.in
Friday, December 12, 2025
27.1 C
Bhubaneswar

ବିତିଲାଣି ଦେଢ଼ ବର୍ଷ; ସରୁନି ରାସ୍ତା କାମ

ପାଟଣା: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଉପସ୍ଥିତିରେ ଗତ ୨୦୨୧ ପ୍ରଥମାର୍ଦ୍ଧରେ ଜଡିଚାତର ଠାରୁ ମହିଁଷାମଣ୍ଡି ଭାୟା ବଡ଼ଗହ୍ମାରିଆ ରାସ୍ତାର ଶିଳାନ୍ୟାସ ଧୁମଧାମରେ ହୋଇଥିଲା । ଉଭୟ ସାଂସଦ ଓ ବିଧାୟକ ପଞ୍ଚାୟତ ନିର୍ବାଚନ ପ୍ରଚାର ସୁବିଧା ପାଇଁ ରାସ୍ତା କାମ ଯଥା ସମୟରେ ସାରିବା ପାଇଁ ଉପସ୍ଥିତ ଠିକାଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ କାର୍ଯ୍ୟ ଆରମ୍ଭ ୨୦୨୧ ମାର୍ଚ୍ଚ ୨୩ରୁ ୨୦୨୨ ଫେବ୍ରୁଆରୀ ୨୨ ସୁଧା କାମ ସାରିବା ପରିବର୍ତ୍ତେ ଇତି ମଧ୍ୟରେ ଦେଢ଼ ବର୍ଷ ବିତିଗଲାଣି । ହେଲେ ରାସ୍ତା କାମ ସରିପାରୁନାହିଁ । ଜଡିଚାତର ଠାରୁ ଚାକୁଣ୍ଡାପାଳ ମଧ୍ୟରେ ଏକ ପୋଲ କାମ ସରିପାରୁନଥିବାରୁ ଏହାର ଡାଇଭରସନ ରାସ୍ତା ମରଣ ଯନ୍ତା ପାଲଟିଛି । ଯାହା ଫଳରେ ବର୍ଷା ଦିନେ ଲୋକେ ବ୍ୟାପକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଥା ଶୀଘ୍ର ଏହି କାମ ସାରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories