www.samajalive.in
Monday, December 15, 2025
27.1 C
Bhubaneswar

ବଢ଼ୁଛି ବେଆଇନ ଇଟାଭାଟି; ଅଶନିଃଶ୍ୱାସୀ କାମାକ୍ଷାନଗର

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ମାଟି ଇଟା ଭାଟି ଯୋଗୁଁ ଏବେ ପ୍ରଦ୍ୟୁଷଣ ବଢ଼ୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l କାମାକ୍ଷାନଗର ସହର ଉପକଣ୍ଠର ରାମିଆଳ ନଦୀ ତଟ, ଆଲତୁମା, ଯନ୍ତରିବୋଲ ଆଦି ସ୍ଥାନରେ ବେଆଇନ ଭାବେ ମାଟି ଇଟା ଭାଟି ଗଢି ଉଠିଛି l ଏହା ଫଳରେ ଧୂଆଁରେ ଅଚ୍ଛାଦିତ ହେଇଯାଉଛି ଆଖପାଖ ଅଞ୍ଚଳ l ବେଆଇନ ଭାବେ ଗଢି ଉଠିଥିବା ଇଟା ଭାଟିରେ ନଦୀ ମାଟି ସଂଗ୍ରହ କରି ଇଟା ତିଆରି କରୁଥିବା ବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ଇଟା ଭାଟି ପୋଡାଯାଉଛି l

ଫଳରେ ନଦୀ ପଠାରେ ଥିବା ମାଟି ଉଠାଇ ଆଣୁଥିବାରୁ ନଦୀ ଶଯ୍ୟା ବଢ଼ିବାରେ ଲାଗୁଛି l ଯାହାଦ୍ୱାରା ନଦୀକୂଳ ଖାଇ ସଂନିକଟ ଗ୍ରାମର କ୍ଷତି ହେବା ସମ୍ଭାବନା ରହିଛି l ପୁଣି ଜଙ୍ଗଲରୁ ବଡ ବଡ ଗଛ କଟାଯାଇ ଭାଟି ପୋଡୁ ଥିବାରୁ ବର୍ତ୍ତମାନ ସମୟରେ ଜଙ୍ଗଲ ଅବକ୍ଷୟ ବଢ଼ିବାରେ ଲାଗିଛି l ମୁଖ୍ୟତଃ ଯନ୍ତାରିବୋଲଠାରେ ଏକ ଚିମିନି ବସାଯାଇ ସେଠାରେ ଲକ୍ଷ୍ୟ ଲକ୍ଷ୍ୟ ମାଟି ଇଟା ପ୍ରସ୍ତୁତ କରି କାମାକ୍ଷାନଗର ସହର ତଥା ଆଖପାଖ ଗ୍ରାମରେ ବିକ୍ରି କରାଯାଉଥିବା ଜଣାଯାଇଛି l ସରକାରଙ୍କ ବିଭିନ୍ନ ଯୋଜନାରେ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ କେତେକ ଇଟା ଭାଟି ମାଲିକ ଜଙ୍ଗଲ ଅବକ୍ଷୟରେ ଲାଗି ପଡିଛନ୍ତି l

- Advertisement -

ପୁଣି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ସହାୟତାରେ ପାଉଁଶ ଇଟା କାରଖାନା ବସାଇ ବେକାରୀ ସମସ୍ୟା ଦୂରୀଭୂତ କରିବା ସହିତ ପରିବେଶ ପ୍ରଦ୍ୟୁଷଣ ରୋକିବା ସକାଶେ ଚେଷ୍ଟା କରାଯାଉଛି l ଏହି ମାଟି ଇଟା ପ୍ରସ୍ତୁତ କରୁଥିବାରୁ ପାଉଁଶ ଇଟା କାରଖାନା ଯୁବ ବ୍ୟବସାୟୀ ମାନେ ଇଟା ବିକ୍ରି କରି ନପାରି ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବା ଏବେ କଷ୍ଟକର ହୋଇ ପଡ଼ିଲାଣି l ଏପରି ଅଭିଯୋଗ କ୍ରମେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଥିଲେ ହେଁ ମାଟି ଇଟା ଭାଟିର ମାଲିକ ମାନେ ବେଧଡ଼କ ଇଟା ପ୍ରସ୍ତୁତ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ପାଉଁଶ ଇଟା କାରଖାନାର ଯୁବ ମାଲିକମାନେ ଉପକୃତ ହେବା ସହିତ ଜଙ୍ଗଲ ଅବକ୍ଷୟ ରୋକାଯାଇ ପାରିବ ବୋଲି ସହରର ସଚେତନ ନାଗରିକ ମହଲରେ ଦୃଢ଼ ଦାବି ହୋଇଛି l

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories