୩୩ କେଭି ବିଦ୍ୟୁତ ଟାୱାରରେ ଚଢ଼ି ଯୁବକଙ୍କ ହାଇଡ୍ରାମା

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ବଡମୁକ୍ତାପଶୀ ଗ୍ରାମରେ ଜଣେ ଯୁବକ ସୋମବାର ୩୩ କେଭି ବିଦ୍ୟୁତ ଟାୱାରରେ ଚଢ଼ିଯାଇ ହାଇଡ୍ରାମା କରିଛନ୍ତି। ତାଙ୍କୁ ଗ୍ରାମବାସୀ ଓହ୍ଲାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଯୁବକ ତଳକୁ ଓଲ୍ହାଇବା ପାଇଁ ନାରାଜ। ସୂଚନା ଅନୁସାରେ, ବଡମୁକ୍ତାପଶୀ ଗ୍ରାମର ବହାଦୁର ମଣ୍ଡଳଙ୍କ ୨୪ ବର୍ଷର ପୁଅ ସନାତନ କୌଣସି କାରଣରୁ ସୋମବାର ଅପରାହ୍ନରେ ୩୩ କେଭି ବିଦ୍ୟୁତ ଟାୱାର ଉପରେ ଚଢିଯାଇଥିଲା। ଖବରପାଇ ଦମକଳ ବାହିନୀ, ପୁଲିସ, ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା କରିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ସନାତନ ତଳକୁ ଓଲ୍ହାଇବାକୁ ଜମାରୁ ମଙ୍ଗି ନ ଥିଲେ। ବିଦ୍ୟୁତ ଟାୱାରରେ ବିଦ୍ୟୁତ ଯାଜପୁର ଓ ବାଲେଶ୍ୱର ଦିଗକୁ ଯାଇଥିବା ବେଳେ ଟିଟିପିସିଏଲ ପକ୍ଷରୁ ବିଦ୍ୟୁତ ବିଚ୍ଛିନ୍ନ ସକାଶେ ପ୍ରଚେଷ୍ଟା ଜାରି ରହିଥିବା ଜଣାଯାଇଛି।

Comments are closed.