ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ୍ ପାଳିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତା ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ଆୟୋଜନରେ ନୂଆଁଖାଇ ଭେଟଘାଟ ୨୦୨୨ ପାଳିତ ହୋଇଯାଇଛି। ଏ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୁଆଁଖାଇ ଉତ୍ସବ ଏକ ଭାଇଚାରାର ପର୍ବ ଓ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଜିଲ୍ଲାର ଉନ୍ନତି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନୁଆଁଖାଇ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ବରିହା ଯୋଗ ଦେଇ ପ୍ରଥମେ ନୂଆଁଖାଇ ବିଷୟରେ ଅବଗତ କରିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.