କାମାକ୍ଷାନଗର: କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କୁରୁରିଆ ଗ୍ରାମ ନିକଟବର୍ତ୍ତୀ ବିଲେଇସୁଣୀ ଠାକୁରାଣୀ ପୀଠର ଉନ୍ନତିକରଣ ପାଇଁ ସାଧାରଣରେ ଦାବି ହେଉଛି। କଙ୍କଡ଼ାହାଡ଼ ବ୍ଲକର କୁରୁରିଆ ଗ୍ରାମ ନିକଟରେ ବିଲେଇସୁଣୀ ଠାକୁରାଣୀଙ୍କ ପୀଠ ରହିଛି। ଏହି ପୀଠକୁ ଅବିଭକ୍ତ ଢେଙ୍କାନାଳ ତଥା ଦେବଗଡ଼, ଯାଜପୁର ଓ କେଉଁଝର ଜିଲ୍ଲା ଅଞ୍ଚଳରୁ ଲୋକ ଆସିଥାନ୍ତି। ପ୍ରତ୍ୟେକ ରବିବାର ଏଠାରେ ପ୍ରବଳ ଜନ ସମାଗମ ହୋଇଥାଏ। ଆସୁଥିବା ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ମା’ଙ୍କ ପ୍ରତି ସାଧାରଣରେ ବିଶ୍ୱାସ ଜନ୍ମି ରହିଛି। ଏହି ପୀଠର ଉନ୍ନତି କରାଯାଇ ଏଠାରେ ପାନୀୟ ଜଳ, ରାସ୍ତା, ଆଶ୍ରୟ ସ୍ଥଳ ନିର୍ମାଣ କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ଲୋକପ୍ରିୟ ହୋଇପାରିବ। ଏଥି ସହିତ ପୀଠ ନିକଟରେ ଥିବା ନବଗ୍ରହ ଗୁମ୍ଫାର ମଧ୍ୟ ଉନ୍ନତିକରଣର ଆବଶ୍ୟକତା ରହିଛି। ବିଲେଇସୁଣୀ ପୀଠର ଉନ୍ନତି ପାଇଁ ପ୍ରତ୍ୟେକ ସ୍ତରରେ ଦାବି ହେଉଛି।
Popular Categories



