www.samajalive.in
Thursday, December 11, 2025
16.1 C
Bhubaneswar

କାର୍‌ ଜାଳି ଦେଲେ ଦୁର୍ବୃତ୍ତ

ଗୋପାଳପୁର: ଗୋପାଳପୁର ଥାନା ଇଲାକାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି। ଚୋରି, ରାହାଜାନୀ, ବୋମାମାଡ,ଗାଡ଼ି ପୋଡ଼ିବା ଆଦି ନିତିଦିନିଆ ଘଟଣା ହେବାରେ ଲାଗିଥିବା ବେଳେ ପୁଲିସ ଏସବୁ ରୋକିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ପୁଣିଥରେ ରବିବାର ରାତି ପ୍ରାୟ ସାଢେ ଦୁଇଟା ବେଳେ ଘର ସମ୍ମୁଖରେ ରଖାଯାଇଥିବା ଗୋଟିଏ କାର୍‌କୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ଗଞ୍ଜୁ ବ୍ରାହ୍ମଣ ସାହିରେ ରହୁଥିବା ବଳରାମ ମହାରଣା ତାଙ୍କ କାର୍‌କୁ ଘର ସମ୍ମୁଖରେ ପାର୍କିଂ କରିଥିଲେ। ହଠାତ୍‌ ରାତି ୩ଟା ବେଳେ ଘର ବାହାରେ ନିଆଁ ଦେଖି ଉଠିବା ବେଳେ କାରଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

- Advertisement -

ସୂଚନା ଯୋଗ୍ୟ ଯେ ଗତ ୨ ତାରିଖରେ ଅନୁରୂପ ଭାବେ ଗଞ୍ଜୁ ଧୋବା ସାହି ନିବାସୀ ବୃନ୍ଦାବନ ସେଠୀଙ୍କ ଟ୍ରାକ୍ଟରକୁ ମଧ୍ୟ ଦୁର୍ବୃତ୍ତ ନିଆଁ ଲଗାଇ ପୋଡି ଦେଇଥିଲେ। ବୃନ୍ଦାବନ ଦୀର୍ଘ ଆଠ ବର୍ଷ ଧରି ନିଜର ଟ୍ରାକ୍ଟରକୁ ଘର‌ଠାରୁ ଦୂର ଧାନଖଳାରେ ପାର୍କିଂ କରି ଆସୁଥିବା ବେଳେ ଦୁର୍ବୃତ୍ତ ଏପରି ଘଟାଇଥିଲେ। ଘଟଣା ନେଇ ବୃନ୍ଦାବନଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ପକ୍ଷରୁ ୧୩୦/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଆଜିଯାଏଁ ଉକ୍ତ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତ ଧରାପଡି ନାହିଁ । ଏବେ ପୁଣି ମାତ୍ର ୧୭ ଦିନର ବ୍ୟବଧାନରେ କାରକୁ ଦୁର୍ବୃତ୍ତମାନେ ଜାଳି ଦେବା ଘଟଣା ପୁଲିସକୁ ଚ୍ୟାଲେଞ୍ଜ ଦେଉଥିବା ଅଭିଯୋଗ ରହିଛି।

ଅନ୍ୟ ପଟେ ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଏଭଳି ହେଉଥିବା କୁହାଯାଉଛି। ଗୋପାଳପୁର ଥାନାରେ ଜଣେ ଆଇଆଇସି, ଜଣେ ମହିଳା ସବ ଇନ୍ସପେକ୍ଟରକୁ ମିଶାଇ ୪ ସବ ଇନ୍ସପେକ୍ଟର, ୪ ଏଏସଆଇ ଓ ୧୧ କନେଷ୍ଟବଳ ରହିବା କଥା, କିନ୍ତୁ ଦୀର୍ଘ ମାସ ହେଲା ଜଣେ ଆଇଆଇସି, ଜଣ ସବ ଇନସ୍ପେକ୍ଟର ଓ ୨ ଜଣ ଏଏସ ଆଇ କାର୍ଯ୍ୟରତ ରହିଛନ୍ତି। ଜଣେ ମହିଳା ସବ ଇନ୍ସପେକ୍ଟର ପଦବୀ ଖାଲି ପଡିଥିବାରୁ ଅନେକ ସମୟରେ ମହିଳା ସମ୍ବନ୍ଧୀୟ ମାମଲା ପାଇଁ ଅନ୍ୟ ଥାନା ଉପରେ ଭରସା କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏଣୁ ବିଭାଗ ପକ୍ଷରୁ ତୁରନ୍ତ ଏଠାରେ ପଦବୀ ପୂରଣ କରିବା ସହ ଲୋକଙ୍କ ଧନଜୀବନ ସୁରକ୍ଷା ଦେବାରେ ପୁଲିସ ସଠିକ ଭାବେ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି।

ଦେଖନ୍ତୁ ଛାତିଥରା ଭିଡିଓ ; ଶୋଇଥିବା ଯୁବକଙ୍କୁ କାମୁଡିଲା ସାପ, କିଛି ସମୟରେ ହେଲା..

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories