ବିବାହିତ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ

କାମାକ୍ଷାନଗର :  ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗ୍ରାମରେ ଜଣେ ବିବାହିତ ମହିଳାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା କରିଥିବାର ଅଭିଯୋଗ କରାଯାଇଛି ।  କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟପୁରା କାଟେଣୀ ପଞ୍ଚାୟତର ଶୁଣ୍ଢୀକାଟେଣୀ ଗ୍ରାମର ପୁରେନ୍ଦ୍ର ପରିଡାଙ୍କ ଝିଅ ସୁମିତ୍ରା (୨୨) ଗତ ୬ ମାସ ତଳେଗଡ଼ପାଶୁଣି ଗ୍ରାମର ନାରାୟଣ ବେହେରାଙ୍କ ପୁଅ ରଂଜିତ ସହିତ ବୈଦିକ ରୀତିରେ ବିବାହ କରିଥିଲେ ।  ବିବାହ ସମୟରେ ଦାବି ମୁତାବକ ଯୌତୁକ ଝିଅ ଘର ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ ଅଧିକ ଯୌତୁକ ଲୋଭ ପୁଅ ଘରକୁ ଘାରିଥିଲା । ଫଳରେ ସୁମିତ୍ରାଙ୍କୁ ମାରିଦେଇଥିବାର ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଏହି ଏତେଲା କ୍ରମେ ପୁଲିସ ସୁମିତାଙ୍କ ମୃତଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିଥିବା ବେଳେ ପ୍ରାଥମିକ ସ୍ତରରେ ସ୍ଵାମୀ ରଂଜିତ ବେହେରା, ଓ ଶ୍ୱଶୁର ନାରାୟଣ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି ।

Comments are closed.