www.samajalive.in
Saturday, December 6, 2025
16.1 C
Bhubaneswar

୫ ଟି ବାଇକ ଉପରେ ମାଡିଗଲା କାର ; ୧ ଗୁରୁତର

କାମାକ୍ଷାନଗର :କାମାକ୍ଷାନଗର ସହରର ଦାସୀ ପୋଖରୀ ଠାରେ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ଜଣେ ଫ୍ଲିପକାର୍ଡ ଡେଲିଭରି ବଏ ବୋଲି ଜଣାପଡିଛି । ସେ ହେଲେ କାମାକ୍ଷାନଗର ଥାନା ବିଜାଡିହ ଗ୍ରାମର ବିଭୁଦତ ମହାଭୋଇ। ଆଜି କାମାକ୍ଷାନଗର ସହରର ଦାସିପୋଖରୀ ନିକଟରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା  ଘଟିଯାଇଛି ।
ସୂଚନା ମୁତାବକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ  ମାନେ ଗାଡିଗୁଡିକ ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିଲେ।  ଏକ କାର ଭାରସମ୍ୟ ହରାଇ ଫ୍ଲିପକାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବାଇକ ଗୁଡିକ ଉପରେ ଚଢିଯାଇଥିଲା। ଏହି ସମୟରେ ଫ୍ଲିପକାର୍ଡ କର୍ମଚାରି ବିଭୁଦତ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ମଧ୍ୟ କାରଟି ଧକ୍କା ଦେଇଥିଲା। ଫଳରେ ତାଙ୍କର ବାମ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଏବେ ତାଙ୍କ ଚିକିତ୍ସା ଜାରି ରହିଛି। ଏହା ସହ ୫ ଟି ବାଇକ ଉପରେ ମଧ୍ୟ କାର ଚଢି ଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories