www.samajalive.in
Saturday, December 6, 2025
16.1 C
Bhubaneswar

ଓଡିଶା ଡ୍ରାଇଭର ମହାସଂଘର ଦଣ୍ଡବତ ଯାତ୍ରାକୁ ସଫଳ ନିମନ୍ତେ ଦୀପ ଦାନ କାର୍ୟ୍ୟକ୍ରମ 

କାମାକ୍ଷାନଗର : ଡ୍ରାଇଭର ମହାସଂଘର ନବୀନ ନିବାସ ଅଭିମୁଖେ ବାହାରିଥିବା ଦଣ୍ଡବତ ଯାତ୍ରାକୁ ସଫଳ ନିମନ୍ତେ କାମାକ୍ଷା ନଗର ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଆଜି ଏକ ଦୀପ ଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ସ୍ଥିତ ହନୁମାନ ବାଟିକା ଠାରେ ବ୍ଲକର ସମସ୍ତ ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଦୀପ ଦାନ କରିବା ସହ, ଏହି ଯାତ୍ରାକୁ ସଫଳ ପାଇଁ ହନୁମାନଙ୍କ ନିକଟରେ ପ୍ରାଥନା କରିଥିଲେ । ତେବେ ରାଜ୍ୟ ସରକାର ତିନି ମାସ ମହଲତ ଦେଇ ଏକ ବର୍ଷ ପରେ ମଧ୍ୟ ଦାବୀ ପୂରଣ କଲେ ନାହିଁ । ଏହାକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ସମ୍ବଲପୁର ମା ସମଲେଶ୍ୱରୀ ମନ୍ଦିରରୁ ପଦଯାତ୍ରା ବଦଳରେ ଏକ ନିଆରା ଢଙ୍ଗରେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି । ଯାହାକୁ ସଫଳ କରିବା ନିମନ୍ତେ ଭଗବାନଙ୍କ ନିକଟରେ ଏହି ଦୀପ ଦାନ କାର୍ୟ୍ୟକ୍ରମ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories