www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପ୍ରତିନିଧି ହେଲେ ରମେଶ ବଢେଇ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ରମେଶ କୁମାର ବଢେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଅତାବିରା ବ୍ଲକ ପ୍ରତିନିଧି ରୂପେ ମନୋନୀତ ହୋଇଛନ୍ତି ।  ସାଂସଦ ଶ୍ରୀଯୁକ୍ତ ବିଶି ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ଦେଇଥିବା ଏକ ପତ୍ର ସଂଖ୍ୟା ୧୯୨/୧୦/୨୦୨୨ରେ ଏହା ଉଲ୍ଲେଖ ରହିଥିଲା । ଏହି ପତ୍ରଟିକୁ ଶ୍ରୀ ବଢେଇ ନିଜ ସମର୍ଥକ ମାନଙ୍କ ସହ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମେହେରଙ୍କୁ ଏହି ପତ୍ର ପ୍ରଦାନ କରିବା ପରେ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଏହି ପତ୍ର ପ୍ରଦାନ ସମୟରେ ବ୍ଲକର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସ୍ଵାଗତ ଜଣାଇଥିଲେ । ଦାୟିତ୍ଵ ନେବା ପରେ ବିଭିନ୍ନ ଦିଗରେ ବ୍ଲକର ବିକାଶ ପାଇଁ  କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ବଢେଇଙ୍କୁ ଏ ନେଇ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ  ଛୁରିଆଙ୍କ ସମେତ ବିଭିନ୍ନ ମହଲରୁ ସ୍ଵାଗତ ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳର ଜଣେ ବ୍ୟକ୍ତି  ପ୍ରତିନିଧି ରୂପରେ ମନୋନୀତ ହୋଇଥିବାରୁ ତାଙ୍କ ଗ୍ରାମର ଲୋକେ ମଧ୍ୟ  ସ୍ଵାଗତ ଜଣାଇଛନ୍ତି । ତାଙ୍କୁ ପ୍ରତିନିଧି ରୂପରେ ମନୋନୀତ କରିଥିବାରୁ ଶ୍ରୀ ବଢେଇ ତାଙ୍କ ସମର୍ଥକ ମାନଙ୍କୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories