www.samajalive.in
Sunday, December 7, 2025
26.1 C
Bhubaneswar

ଶୋଇଥିଲେ ଯାତ୍ରୀ ; ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୧୫ ଜୀବନ

ଭୋପାଳ: ରାତିରେ ଶୋଇଥିଲେ ଯାତ୍ରୀ। ଛକି ବସିଥିଲା ମୃତ୍ୟୁ । କେହି କିଛି ଜାଣିବା ଆଗରୁ ଚାଲିଗଲା ଅନେକ ମୂଲ୍ୟବାନ୍‌‌ ଜୀବନ। ମଧ୍ୟପ୍ରଦେଶର ରୀୱା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବସ୍‌‌-ଟ୍ରଲି ମୁହାଁମୁହିଁ ଧକ୍କା ହୋଇ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଓ ଉଦ୍ଧାରକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ବସ୍‌‌ଟି ହାଇଦ୍ରାବାଦରୁ ଗୋରଖପୁର ଯାଉଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ନିଦରେ ଥିଲେ। ବସଟି ପଛପଟୁ ଟ୍ରଲି ସହ ଧକ୍କା ହେବା କାରଣରୁ କ୍ୟାବିନ୍‌‌ରେ ବସିଥିବା ଯାତ୍ରୀମାନେ ଏଥିରେ ଫସିଯାଇଥିଲେ। ଏମାନଙ୍କୁ ବାହାର କରିବା ପାଇଁ ପୁଲିସକୁ ଅନେକ ପରିଶ୍ରମ କରିବାକୁ ପଡିଥିଲା।
ସୂଚନା ଯୋଗ୍ୟ, ଶୁକ୍ରବାର ବସଟି ହାଇଦ୍ରବାଦରୁ ଗୋରଖପୁର ଯାଉଥିଲା। ସେହି ସମୟରେ ରାତି ପ୍ରାୟ ୧୧ଟା୩୦ରେ ବସଟି ଟ୍ରଲି ସହ ଧକ୍କା ହୋଇଥିଲା। ଆଗରେ ଯାଉଥିବା ଟ୍ରଲିଟି ହଠାତ୍‌‌ ବ୍ରେକ ଲଗାଇଦେବାରୁ ଫଳରେ ପଛରେ ଯାଉଥିବା ବସ୍‌‌ଟି ଟ୍ରଲିକୁ ଧକ୍କା ଦେଇଥିଲା। ବସରେ ଅଧିକାଂଶ ଶ୍ରମିକ ଥିଲେ, ସେମାନେ ଦୀପାବଳି ପାଳନ କରିବାକୁ ନିଜ ନିଜ ଘରକୁ ଯାଉଥିଲେ।

 

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories