କାମାକ୍ଷାନଗର – କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ଦିବ୍ୟାଙ୍ଗ ଯୁବକ ମୁନା ନାଟିଆଙ୍କ ମୃତଦେହ ଏକ ଚୋରା ମଦ ଦୋକାନ ନିକଟସ୍ଥ ଗଛରେ ଝୁଲୁ ଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ମୁନା ନାଟିଆ ସାବତ ପୁଅ ହୋଇଥିବାରୁ ବାପା ମାଆ କେହି ନ ପଚାରିବାରୁ ସେ ଆଜକୁ ତିନି ବର୍ଷ ହେବ ଏକ ଚୋରା ମଦ ଦୋକାନରେ ବିକ୍ରେତା ଭାବରେ କାମ କରେ। ସବୁ ଦିନ ପରି ସେ ଚୋରା ମଦ ଦୋକାନରେ ରାତିରେ ଶୋଇଥିଲେ । ଗୁରୁବାର ପୂର୍ବାହ୍ନରେ ଏକ ଗଛରେ ରଶିରେ ଝୁଲୁଥିବା ବେଳେ ଗୋଡ଼ ତଳେ ଲାଗିଥିବା ଅବସ୍ଥାରେ ମୃତ ଦେହକୁ ଦେଖି କେତେକ ଲୋକ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ ପରେ ବ୍ୟବଛେଦର ବ୍ୟବସ୍ଥା କରିଛି । ଏହା ଏକ ସୁପରିକଳ୍ପିତ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି ।
Popular Categories



