www.samajalive.in
Saturday, December 6, 2025
26.1 C
Bhubaneswar

୪୦ଲିଟର ଦେଶୀ ମହୁଲିମଦ ଜବତ ,ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକର ପୃଥକ ପୃଥକ ଦୁଇଟି ସ୍ଥାନରେ ବୁଧବାର ଅବକାରୀ ବିଭାଗ ଚଢଉକରି ୪୦ଲିଟର ଦେଶୀ ମହୁଲି ମଦ ସହ ୮କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସୂଚନାଅନୁସାରେ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁରରେ ଅବକାରୀ ବିଭାଗ ପ୍ରଥମେ ଚଢଉ କରିଥିଲା। କିର୍ତନ ମଲ୍ଲିକଙ୍କ ଠାରୁ ୧୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା। ଦ୍ୱିତୀୟ ଦଫାରେ ହରଭଙ୍ଗା ଥାନା ଅର୍ନ୍ତଗତ ଘୋରଡାମୁଣ୍ଡା ନାଳରେ ଚଢଉକରି ୩୦ଲିଟର ହାତରନ୍ଧା ଦେଶୀ ମହୁଲି ମଦ ସହ ୮କ୍ୱିଂଟାଲ ମହୁଲ ପୋଚ ସାଙ୍ଗକୁ ମଦ ପ୍ରସ୍ତୁତରେ ବ୍ୟବହାର କିଛି ରସ ଡେକଚି ଜବତ କରିଥିଲା। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ୨/୨୩ ଏବଂ ୩/୨୩ରେ ଦୁଇଟି ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ କିର୍ତନଙ୍କୁ କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ଅଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି। ଏହି ଚଢଉ ବେଳେ ତାଙ୍କ ସହିତ ଅବକାରୀ କନଷ୍ଟେବଲ ପ୍ରଫୁଲ ଭୋକ୍ତା,ସୁଜିତ କୁମାର ସାହୁ,ଲୋକନାଥ ଭୋଇ ପ୍ରମୁଖ ସାମିଲ ଥିଲେ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories