www.samajalive.in
Sunday, December 7, 2025
23.1 C
Bhubaneswar

ନିଖୋଜ ବ୍ୟକ୍ତି ନଦୀରୁ ଉଦ୍ଧାର

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗ୍ରାମର ଜଣେ ବ୍ୟକ୍ତି ବୁଧବାର ଠାରୁ ନିଖୋଜ ଥିବା ବେଳେ ଗୁରୁବାର ତେନ୍ତୁଳିସିଂହା ନିକଟବର୍ତ୍ତୀ ରାମିଆଳ ନଦୀରୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ସାରୁଆଳି ଗ୍ରାମର ମଳୟ ଦେହୁରୀ ବୁଧବାର ଘରୁ ପୂର୍ବାହ୍ନରୁ ବାହାରି ଯାଇଥିଲେ। ସନ୍ଧ୍ୟା ପରେ ଘରକୁ ମଳୟ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ମଳୟଙ୍କର କୋଣସି ଖବର ମିଳିପାରି ନଥିଲା। ତେନ୍ତୁଳିସିଂହା ନିକଟବର୍ତ୍ତୀ ରାମିଆଳ ନଦୀ ମଧ୍ୟରେ କାଶତଣ୍ଡୀର କୂଳରେ କେହି ବ୍ୟକ୍ତି ଥିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମଳୟଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories