www.samajalive.in
Saturday, December 6, 2025
14.1 C
Bhubaneswar

ଭାରୀଯାନ ଚଳାଚଳରେ କଟକଣା ଦାବି

କାମାକ୍ଷାନଗର : କାମାକ୍ଷାନଗର ସହର ଦେଇ ଯାଉଥିବା ଭାରୀଯାନ ଗୁଡିକ ବନ୍ଦ କରିବା ସକାଶେ ସାଧାରଣରେ ଦାବି ହେଉଛି । କାମାକ୍ଷାନଗର ସହର ଦେଇ ୫୩ ନଂ ଜାତୀୟ ରାଜପଥ ଯାଇଥିବା ବେଳେ ଏହାର ସାମ୍ପ୍ରସାରଣ କରାଯାଇଛି । ସମ୍ପ୍ରସାରଣ ସମୟରେ କାମାକ୍ଷାନଗର ସହର ବାହାରେ ଏକ ବାଇପାସ ନିର୍ମାଣ କରାଯାଇଛି । ଉକ୍ତ ବାଇପାସ ଦେଇ ବହୁ ଗାଡି ଯାତାୟାତ କରୁଛି । କିନ୍ତୁ ପ୍ରାୟ ସମୟରେ ବହୁ ଭାରୀଯାନ ସହର ମଧ୍ୟ ଦେଇ ଯାଉଛି । ଫଳରେ ପୂର୍ବାହ୍ନରୁ ଅପରାହ୍ନ ପର୍ୟ୍ୟନ୍ତ ବିଦ୍ୟାଳୟକୁ ଯାଉଥିବା ଛାତ୍ର ଛାତ୍ରୀମାନେ ଯିବାକୁ ଭୟ କରୁଛନ୍ତି । ପୁଣି ବରିଷ୍ଠ ନାଗରିକ ମାନେ ନିଜ କାର୍ୟ୍ୟରେ ଯାଉଥିବା ସମୟରେ ବିଭିନ୍ନ  ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହର ମଧ୍ୟରେ ଯାଉଥିବା ଟ୍ରଲର ଗୁଡିକ ଅନୁଗୁଳ ରୁ ଯାଜପୁର ଯାଉଥିବା ବେଳେ ସେଗୁଡିକ ଢେଙ୍କାନାଳ, ମଙ୍ଗୁଳି ଦେଇ ଯାଜପୁର ଯିବା ପରିବର୍ତ୍ତେ ତେଲ ବଞ୍ଚାଇବା ଏବଂ ମାଲିକର ସ୍ୱାର୍ଥ ଦୃଷ୍ଟିରୁ ଟ୍ରଳର ଗୁଡିକ କାମାକ୍ଷାନଗର ସହର ଦେଇ ଯାଉଛି । ଏସବୁ ଦୃଷ୍ଟିରୁ କାମାକ୍ଷାନଗର ସହର ଦେଇ ଭାରୀଯାନ ଚଳାଚଳ କରିବାରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି ।

 

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories