www.samajalive.in
Saturday, December 6, 2025
14.1 C
Bhubaneswar

ଜନସେବା କେନ୍ଦ୍ରରେ ଠକେଇ , ଥାନାରେ ଅଭିଯୋଗ

କଲ୍ୟାଣସିଂ ହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ମହାଲକ୍ଷ୍ମୀ ନେଟ ପଏଣ୍ଟ ଜନସେବା କେନ୍ଦ୍ରରେ ଗ୍ରାହକମାନେ ଠକେଇର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆସିଛି। ଏହି ଜନସେବା କେନ୍ଦ୍ରରେ ଲୋକମାନଙ୍କ ଜମା ଖାତାରୁ ଟଙ୍କାକୁ ଉଠାଇ ନେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ସାନଡେଙ୍ଗୀଲେଲି ଗାଁର ଦଦୀ କାଡ୍ରାକାଙ୍କ ବ୍ୟାଙ୍କ ଆକାଉଣ୍ଟ ଜମା ଖାତାରେ ୧୮୦୮୯ ଟଙ୍କା ରହିଥିଲା। ଏହି ଟଙ୍କା ନିୟମଗିରି ପାହାଡରେ କାର୍ଯ୍ୟକାରୀ ହେଉଥିବା ଓପିଲିପି ସଂସ୍ଥା ଠାରୁ ସେ ପାଇଥିଲେ। ସେହି ଟଙ୍କାରୁ ୨୦୨୧ ଜୁନ ମାସ ୧୫ ତାରିଖରେ ୧୦ହଜାର ଟଙ୍କା ଉଠାଇଥିଲେ। କିନ୍ତୁ ତାଙ୍କ ଜମା ଖାତାରେ ୮୦୮୯ ଟଙ୍କା ବଦଳରେ ମାତ୍ର ୮୯ଟଙ୍କା ରହିଥିଲା। ଦଦୀ ତାଙ୍କ ଜମା ଖାତାରେ ଟଙ୍କା ରହିଛି ଜାଣି ମହାଲକ୍ଷ୍ମୀ ନେଟ ପଏଣ୍ଟ ବା ଭାରତୀୟ ଷ୍ଟେଟ ବ୍ୟାଙ୍କ କିଓସ୍କ ବ୍ୟାଙ୍କିଙ୍ଗକୁ ଟଙ୍କା ଉଠାଇବାକୁ ଯାଇଥିଲେ।

 

- Advertisement -

ସେଠାରେ ଥିବା ଜନସେବା ଅଧିକାରୀ ତୁମ ଖାତାରେ ଟଙ୍କା ନାହିଁବୋଲି କହିଥିଲେ। ବହି ଛପାଇବା ପରେ ତାଙ୍କ ବହିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସେ ୧୦ ହଜାର ଟଙ୍କା ଉଠାଇବା ବେଳେ ଜନସେବା ଅଧିକାରୀ ୧ହଜାର ଟଙ୍କା କମ କରି ୯ ହଜାର ଟଙ୍କା ଦେଇଥିଲେ। ତା’ପରେ ପୁଣି ଜମା ଖାତାରୁ ୬ହଜାର ଟଙ୍କା ଉଠାଯାଇଛି। ଜୁନ ୨୧ ରେ ପୁଣି ୨ହଜାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଦଦୀ କେବଳ ୧୦ହଜାର ଟଙ୍କା ଉଠାଇ ନେଇଥିବା ବେଳେ ବଳକା ଟଙ୍କା ଜନସେବା ଅଧିକାରୀ ଉଠାଇ ନେଇଥିବା ଅଭିଯୋଗ କରାଯାଇଛି। ଏବିଷୟ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଅଧିକାରୀ ଜଣକ କହିଥିଲେ ଜନସେବା କ’ଣ ହେଇଛି ଆମେ ଜାଣିନାହୁଁ ବୋଲି କହିଥିଲେ। ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହାର ସଠିକ ଭାବରେ ତଦନ୍ତ କରି ନିରୀହ ଗରିବ ଲୋକଙ୍କ ଟଙ୍କା ଫେରାଇଦେବାପାଇଁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories