କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିଡ଼ିଓ ସୁଧାକର ରଇତଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଆଜି ସଂଘ ପକ୍ଷରୁ ସ୍ଥାନୀୟ କୁକୁଡ଼ା ଗିରି ପାହାଡ଼ ନିକଟରେ ସଂଘ ସଭାପତି ଗଜମୋହନ ଗରଡ଼ିଆଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘ ବିଷୟରେ ଆଲୋଚନା କରିବା ସହ ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ପ୍ରତିନିଧି ଲୋକନାଥ ଦଳେଇଙ୍କୁ ନୀଳଗିରି ପୁଲିସ ମିଥ୍ୟା ମାମଲାରେ ଗିରଫ କରି ଯେଉଁ ଭଳି ବ୍ୟବହାର କରିବା ସହ ଗୋଡ଼ରେ ବେଡି ପକାଇବା ଘଟଣା ବିଷୟରେ ଆଲୋଚନା କରିଥିଲେ। ଶେଷରେ କିଶୋର ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ। ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ।
ଏହାର ପ୍ରତିବାଦରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ କଳା ବ୍ୟାଜ ପରିଧାନ କରି ନୀଳଗିରି ଥାନା ଅଧିକାରୀ ଆଇନର ଊର୍ଦ୍ଧ୍ବକୁ ଯାଇ ଯେଉଁ ନିନ୍ଦନୀୟ ଘଟଣା କରିଛନ୍ତି ତାହା ପୁଲିସ ପ୍ରଶାସନ ପାଇଁ ଏକ ନିନ୍ଦନୀୟ । ଆଇନ ଅନୁଯାୟୀ ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡିତ କରି ଚାକିରୀ କ୍ଷେତ୍ରରୁ ନିଲମ୍ବିତ କରିବା ପାଇଁ ସ୍ଥାନୀୟ ବିଡ଼ିଓ ସୁଧାକର ରଇତଙ୍କ ଅନୁପସ୍ଥିତରେ ଏବିଡ଼ିଓ ବଳରାମ ପାତ୍ରଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଲିଖିତ ପ୍ରଦାନ କରାଯାଇଛି। ଏଥିରେ ପ୍ରତିନିଧି ମାଉଡି ବାରିକ, ଏଙ୍କେଟେଶ୍ୱରପାଢ଼ୀ,ସୁରେଶ ପାଢ଼ୀ, ନରସିଂହ ନାଥ ମହାପାତ୍ର, ଅକ୍ଷୟ ପିଡ଼ିସିକା,ଗଣେଷ ରାଉତ, ପ୍ରଦୀପ ଦଳାଇ, ସନ୍ତଷ ଲମ୍ବତା ,ଧନେଶ୍ୱର ରାଉତ, ସନ୍ତୋସ ବଛା ପ୍ରମୁଖ ଉପସ୍ଥିତ ଥିଲେ।



