www.samajalive.in
Thursday, December 11, 2025
13.1 C
Bhubaneswar

ପାପଡ଼ାହାଣ୍ଡି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ

ନବରଙ୍ଗପୁର: ଗରୀବ ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଥିବାବେଳେ ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗରୀବଙ୍କ ପାଇଁ ଉଦିଷ୍ଟ ଆବାସ କରା ନଯାଇ ଟଙ୍କା ହଡପ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଜାଲିଆତି ଏମିତି ଉପାୟରେ କରାଯାଇଛି ଯେ ହିତାଧିକାରୀ ଅବାକ ହୋଇଯାଇଛନ୍ତି। ଆବାସ ଘର କରାଯାଇଥିବା ମିଥ୍ୟା ପ୍ରମାଣ ଦିର୍ଶାଇ ମିଥ୍ୟା ବିଲ କରାଯାଇ ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି । ଏଭଳି ଦୁର୍ନୀତିର ଅଭିଯୋଗ ହୋଇଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ପାପଡାହାଣ୍ଡି ବ୍ଲକରେ। ଚାଳ ଛପର ଘରେ ରହୁଥିବା ଗରୀବ ଯୋଗ୍ୟ ହିତାଧିକାରୀଙ୍କ ନାମରେ ତାଙ୍କ ଅଜାଣତରେ ଟଙ୍କା ଉଠାଇ ଆତ୍ମସାତ କରାଯାଇଛି। ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ଅନ୍ତର୍ଗତ ବରଦେଇ ଗ୍ରାମର ବଳି ଭତରାଙ୍କ ନାମରେ ସରକାରୀ କାଗଜପତ୍ରରେ ଘର ତିଆରି କରି ଟଙ୍କା ଗିଳି ଦେଇଛନ୍ତି ସରକାରୀ ବାବୁମାନେ। ଅନଲାଇନ ତଥ୍ୟ ଅନୁଯାୟୀ, ୨୦୧୯।୨୦ ଆର୍ଥିକ ବର୍ଷରେ ସରକାରୀ ତାଲିକାରେ ବଳିଙ୍କ ନାମରେ ଆସିଥିଲା ଆବାସ। ତେବେ ବଳିଙ୍କ ଅଜାଣତରେ ତାଙ୍କ ନାମରେ ୪ଟି ପର୍ୟ୍ୟାୟରେ ଏକ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇ ଘର କାମ ସରିଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବ କଥା ପୁରା ଓଲଟା । ବଳି ବୟସର ଅପରାହ୍ନରେ ଦିନ ମଜୁରିଆ ଭାବେ କାମ କରି ଯାହା ଟଙ୍କା ପାଉଛନ୍ତି ସେଥିରେ ପରିବାର ଚଳୁଥିବା ବେଳେ ପୁଅ ଘର ଖଣ୍ଡିଏ ତୋଳିବାର ସ୍ବପ୍ନ ନେଇ ସୁଦୂର କର୍ଣ୍ଣାଟକ ରାଜ୍ୟରେ ଯାଇ ଦାଦନ ଖଟୁଛି । ଏପରିସ୍ଥଳେ ସରକାରୀ ବାବୁ ତାଙ୍କ ନାମରେ ଟଙ୍କା ଆତ୍ମସାତ କରିଥିବା ଜାଣିବା ପରେ ବଳି ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବା ସହ ତାଙ୍କୁ ସରକାରୀ ଆବାସ ଘର ଯୋଗାଇଦେବାକୁ ଦାବିକରିଛନ୍ତି।

ସେହିଭଳି ଏହି ପଞ୍ଚାୟତର ବତାସର ଗ୍ରାମର ସନସାଇ ଭତରା ମଧ୍ୟ ସରକାରୀ ବାବୁଙ୍କ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ସନସାଇଙ୍କ ପରିବାର ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିଥିବା ବେଳେ ତାଙ୍କ ନାମରେ ଆବାସ ଯୋଜନା ପହଂଚି ମଧ୍ୟ ଅପହଞ୍ଚ ହୋଇରହିଯାଇଛି । ତାଙ୍କ ନାମରେ୨୦୧୮।୧୯ ଆର୍ଥିକ ବର୍ଷରେ ଆବାସ ଯୋଜନା ଆସିଥିଲା। ଏପରିକି ଚେରଚେଟା ପଞ୍ଚାୟତ କାର୍ୟ୍ୟାଳୟ କାନ୍ଥରେ ତାଙ୍କ ନାମ ଉଲ୍ଲେଖ ରହିଛି। କିନ୍ତୁ ସନସାଇଙ୍କ ଅଜାଣତରେ ୩ଟି ପର୍ୟ୍ୟାୟରେ ଆବାସ ନାମରେ ଆସିଥିବା ଏକ ଲକ୍ଷ ଟଙ୍କା ହଡପ କରିଥିବା ସନସାଇ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସରକାର ତୁରନ୍ତ ତଦନ୍ତ କରି ତାଙ୍କୁ ଆବାସ ଘର ଯୋଗାଇଦେବା ସହ ଯିଏ ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି, ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେହିଭଳି ସମାନ ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକ ଡ଼ଙ୍ଗରା ପଞ୍ଚାୟତ ସଦର ମୁହକୁମା ଗ୍ରାମରେ । ଯେଉଁଠି ଝାଟିମାଟି ଚାଳ ଘରୁ ରକ୍ଷା ପାଇବା ପାଇଁ ଆଶା ବାନ୍ଧି ଆବାସ ଘର ତିଆରି ଆରମ୍ଭ କରିଥିଲେ ଡମୁଧର ମାଝୀ । କିନ୍ତୁ ତାଙ୍କ ଆଶା କେବଳ ଆଶା ରେ ହିଁ ରହିଗଲା । ସରକାର ୨୦୧୯।୨୦ ଆର୍ଥିକ ବର୍ଷରେ ଡମୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଇଥିଲେ । ଫଳରେ ସେ ପ୍ରାୟ ୨ବର୍ଷ ତଳୁ ଘର କାମ ଆରମ୍ଭ କରି ଫାଉଣ୍ଡେସନ ପକାଇଥିଲେ । ବର୍ତମାନ ଘର କାମ ଯାହା ସ୍ଥିତି କୁ ସେହି ସ୍ଥିତି ହିଁ ରହିଛି। କିନ୍ତୁ ଆବାସ ଯୋଜନାରେ ତାଙ୍କ ନାମରେ ଆସିଥିବା ଏକ ଲକ୍ଷ ୩୦ହଜାର ଟଙ୍କା ତାଙ୍କ ଅଜାଣତରେ କେହି ବ୍ୟକ୍ତି ଉଠାଇନେଇଥିବା ସେ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ ରହିଥିବା ସେମାନେ କହିଛନ୍ତି । ତେବେ ଏହି ବ୍ଲକ ରେ ଆବାସ ଯୋଜନ।ରେ ଏକାଧିକ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

- Advertisement -

ଅନ୍ୟପଟେ ଏହି ଦୁର୍ନୀତିକୁ ନେଇ ପାପଡାହାଣ୍ଡି ବିଡ଼ିଓ ରଞ୍ଜିତା ମଲ୍ଲିକ ଏସମ୍ପର୍କରେ କେହି ତାଙ୍କୁ ଅଭିଯୋଗ କରି ନଥିବା କହିବା ସହ ସେ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

 

 

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories