www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ଦ୍ୱନ୍ଦରେ ନିର୍ବାଚିତ ସୁନାଖଣ୍ଡି ସମିତି ସଭ୍ୟ ଓ ବ୍ଲକର ୬୩ୱାର୍ଡ ସଦସ୍ୟ

କଲ୍ୟାଣସିଂହପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।ଉକ୍ତ ପଞ୍ଚାୟତରେ ବିଜେଡି ସମର୍ଥକ ସମିତି ସଭ୍ୟ ଭାବରେ ରଘୁନାଥ କୁଲେସିକା ଙ୍କ ପୁଅ ସମ୍ବରୁ କୁଲେସିକା ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଅନ୍ୟ ପଟେ ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଭାବେ ସଞ୍ଜୟ ହୁଇକା ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ମାସ ୨୫ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ନିୟମ ରହିଥିଲା ।ସେହିଦିନ ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାରୁ ଅନ୍ୟ ବିଜେଡି ସମର୍ଥକ ସମ୍ବରୁ ଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ ବିଜୟ ଘୋଷଣ କରିଛନ୍ତି । ବ୍ଲକ୍ରର ୧୪ଟି ପଞ୍ଚାୟତରେ ୬୩ ୱାର୍ଡ ସଭ୍ୟ ମଧ୍ୟନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ସେଥିରେ ବୁଡ଼ାଗୁଡା ୧,୫,୭,୮,୯,୧୦,ଧାମୁଣି ପଙ୍ଗା ୩,୧୧,କଲ୍ୟାଣସିଂ ହପରର ୭,୮,୧୦,୧୨,୧୩,୧୫ କରପା ରେ ୧,୨,୩,୪,୫,୬ମାଝୀଗୁଡା ରେ। ୧,୮,୯,୧୦,୧୧ ନାରାୟଣପୁର ରେ ୩,୫,୬,୧୦,୧୨ ପଲମା ୩,୪,୬,୯ ସିଙ୍ଗାରି ୨,୫,୬,୮ ସେରିଗୁମ୍ମା ୧,୩,୪,୭,୮,୧୧,୧୨ସିକରପାଇ ୩,୯,୧୦,୧୧,୧୨ ସୁନାଖଣ୍ଡି ୧,୩,୫,୧୦ପୂଜାରୀଗୁଡା ୩,୪,୬,୮,୧୦ ଓ କନ୍ଧ କାତିପାଡୁ ୫,୭,୧୦,୧୧ ୱାର୍ଡ ର ସଦସ୍ୟ ମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories