ଲକ୍ଷ୍ମୌ – ବରଣମାଳା କନ୍ୟା ଉପରକୁ ଫିଙ୍ଗିବାରୁ ଗୋଟିଏ ବାହାଘର ଭାଙ୍ଗିଯାଇଛି । ବିବାହ ସମୟରେ ବର କନ୍ୟା ଉପରକୁ ବରମାଳା ଫିଙ୍ଗିଥିଲା । ଏହାପରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତର ପ୍ରଦେଶର ଔରାଇୟା ଜିଲ୍ଲାରେ ଏହି ଘଟଣା ଘଟିଛି। ଜିଲ୍ଲାର ବିଧାନ ଥାନା ଅଦିନରେ ଥିବା ନବୀନ ବସ୍ତି ଅଞ୍ଚଳରେ ଏକ ବାହାଘର ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ବରଯାତ୍ରୀ ସହ ଘୋଡାରେ ବସି ବର ପହଞ୍ଚିଥିଲା । ହେଲେ ବେଦୀ ଉପରେ ବର କନ୍ୟା ଘରର ଲୋକଙ୍କ ଉପରେ କ୍ରୋଧ ଦେଖାଇଥିଲା । ପରେ ସେ କନ୍ୟା ଉପରକୁ ବରଣମାଳା ଫିଙ୍ଗି ଦେଇଥିଲେ ।
ବାହାଘର ସମୟରେ ବରର ଏପରି କାର୍ଯ୍ୟ ଦେଖି କନ୍ୟା ତାଙ୍କୁ ବିବାହ କରିବ ନାହିଁ ରୋକ ଠୋକ୍ ଶୁଣାଇଥିଲା। ପରମ୍ପରା ଅନୁସାରେ ବର କନ୍ୟା ଉଭୟ ଉଭୟଙ୍କୁ ବରଣାମାଳା ପିନ୍ଧାଇବା କଥା ମାତ୍ର ବର ବରଣମାଳା ଫିଙ୍ଗିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କନ୍ୟା ବିବାହ କରିବାକୁ ମନା କରିବାରୁ ସେଠାରେ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। କନ୍ୟା ପକ୍ଷରୁ କନ୍ୟାକୁ ବିବାହ କରିବା ପାଇଁ ଚାପ ପକାଯାଇଥିଲା । ମାତ୍ର ଏଥିରେ ସେ ରାଜି ନହେବାରୁ ବାହାଘର ଭାଙ୍ଗିଯାଇଥିଲା ।
ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ମାତ୍ର କୌଣସି ସମାଧାନ ନହେବାରୁ ପରସ୍ପରଠାରୁ ନେଇଥିବା ଉପହାର ଫେରସ୍ତ କରିବା ସହ ବାହାଘର ଭାଙ୍ଗିଯାଇଥିଲା । ପୂର୍ବରୁ ଗୁଟୁଖା ଖାଉଥିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଥିବା କଥା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।



