ଶୀତ ପାଇଁ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଉତ୍ତର-ପଶ୍ଚିମରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଶୀତ ଲହରୀ ଜାରି ରହିଛି। ଏହା ପ୍ରଭାବରେ ଆହୁରି ୨ ଦିନ ଶୀତ ଜାରି ରହିବ। ଆଉ ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୀତ ପାଇଁ ୧୪ଟି ଜିଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ,ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ , କେନ୍ଦୁଝର ଜିଲାର କିଛି ସ୍ଥାନରେ ଅଧିକ ଶୀତ ଅନୁଭବ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Comments are closed.