କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କଂସାରିଖାଲ ଗ୍ରାମର ରାସ୍ତା ଅତି ଶୋଚନୀୟ ହୋଇ ରହିଛି । ସ୍ୱାଧୀନତାର ୭୭ବର୍ଷ ବିତିଯାଇଥିଲେ ସୁଦ୍ଧା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରି ନାହିଁ । ସଦର ପଞ୍ଚାୟତର ୧୬ନମ୍ବର ୱାର୍ଡ ରହିଛି। ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ୫କିମି ଦୂରରେ ଉକ୍ତ ଗ୍ରାମ ରହିଛି। କଲ୍ୟାଣସିଂହପୁର ଠାରୁ ପାର୍ଶାଲି ଯିବା ଆରଡ଼ି ରାସ୍ତା ଠାରୁ ୩କିମି ଯିବା ପରେ ସେହିଠାରୁ ଡାହାଣ ପାର୍ଶ୍ଵରେ ଏକ ମାଟି ରାସ୍ତା ରହିଛି ।
ଉକ୍ତ ଖବର ପ୍ରକାଶ ପାଇବା ପରେ ବିକଶିତ ଗାଁ ବିକଶିତ ଓଡିଶା ଉଲ୍ଲେଖ ଥିବା ସୂଚନା ଫଳକରେ ରାୟଗଡା ଜିଲ୍ଲାପରିଷଦ ପକ୍ଷରୁ ୨୦୨୪-୨୦୨୫ଆର୍ଥିକ ବର୍ଷରେ କଂସାରୀଖାଲ ଠାରେ କେବଳ ନାଳରେ ସିମେଣ୍ଟ ରାସ୍ତା ୪,୬୯,୨୩୨ ଟଙ୍କା (ଚାରି ଲକ୍ଷ ଅଣସ୍ତରି ହଜାର ଦୁଇ ଶହ ବତିଶି )ଟଙ୍କାରେ ନିର୍ମାଣ କରିଛନ୍ତି ବୋଲି ସୂଚନା ଫଳକରେ ଉଲ୍ଲେଖ କରିଛନ୍ତି। ସେଥିରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ କରାଯାଇନି। ଏତେ ଟଙ୍କାରେ କେବଳ ନାଳରେ ସିମେଣ୍ଟ ରାସ୍ତା କରି ଦେଇ ଛାଡି ଦେଇଥିବା ଦେଖିବାକୁ ମିଳିଛି। ତାହା ମଧ୍ୟ ନିମ୍ନ ମାନର କାର୍ଯ୍ୟ କରିଥିବାରୁ ପକାଇଥିବା ଗୋଡ଼ି ଗୁଡ଼ିକ ବାହାରି ପଡ଼ିଲାଣି।
ପ୍ରକାଶ ଥାଉକି ଆରଡ଼ି ରାସ୍ତା ଠାରୁ କଂସାରିଖାଲ ଗ୍ରାମକୁ ପ୍ରାୟ ୨ କିମି ମାଟି ରାସ୍ତା ରହିଛି। ବର୍ତ୍ତମାନ ରାସ୍ତାଟି ଆବୁଡା ଖାବୁଡା ହୋଇ ରହିଛି। ସେହି ରାସ୍ତା ଚାଲି ଚାଲି ଯିବା ବହୁତ କଷ୍ଟ ହେଉଛି। ବାଇକ କି ସାଇକେଲରେ ଯିବା ବହୁ କଷ୍ଟ ହେଉଛି। ରୋଗୀ,ଗର୍ଭବତୀ, ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ହେଲେ ଦୁଇ କିମି ଆରଡ଼ି ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହି ଠାରୁ ରୋଗିବୁହା ଗାଡ଼ିରେ ଅବା ଅଟୋରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପଡୁଛି। ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ସହ ଯେତିକି ବିଡ଼ିଓ ଆସିଛନ୍ତି ସେମାନଙ୍କୁ କହି ଲିଖିତ ଦେଇଥିବା ଗ୍ରାମବାସୀ କହିଛନ୍ତି। ଉକ୍ତ ରାସ୍ତାରେ ଏମ୍ ଜି ଏନ ଆର ଜି ରେ ଦୁଇଥର ମାଟି ପକାଇ ଛାଡି ଦେଉଛନ୍ତି । କିନ୍ତୁ ଗ୍ରାମକୁ ସିମେଣ୍ଟ ରାସ୍ତା କି ପିଚୁ ରାସ୍ତା କରାଯାଉନାହିଁ । ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ଯାତାୟତ କରିବା ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ସରକାର ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବୁ ନାହିଁ ବୋଲି ହୁଈକା ଲାଇମାଝୀ, ହୁଈକା ସନାମାଝୀ, କୁର୍ସିକା ହରି, କୁର୍ସିକା ବୁଦରା,କୁର୍ସିକା ସନ୍ଦର ପ୍ରମୁଖ ଅଭିଯୋଗ କରିଛନ୍ତି ।
କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର: ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ..



