www.samajalive.in
Friday, December 12, 2025
14.1 C
Bhubaneswar

ପୁଲିସ ୩ ଜଣଙ୍କୁ ଉଠାଇନେବା ପ୍ରତିବାଦରେ ଡଙ୍ଗରିଆଙ୍କ ସାମ୍ବାଦିକ ସମ୍ମିଳନୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ଲାକପଦର ଗ୍ରାମରେ ନିୟମଗିରି ପାହାଡ଼ର ସଭାପତି ଲଦ ସିକକାଙ୍କ ସଭାପତିତ୍ଵ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିୟମଗିରି ଅଞ୍ଚଳର ତିନି ଜଣ ଯୁବକଙ୍କୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପୁଲିସ କାହିଁକି ଉଠାଇ ନେଲେ ? ତ୍ରିଲୋଚନପୁରପୁର ପଞ୍ଚାୟତରେ କୁନାକାଡୁ ଗ୍ରାମର ସୋନା ମାଝୀ(ଟାଙ୍ଗୁରୁ) ଓ ରେଙ୍ଗା ମାଝୀ, ତାଲବେରୀ ଗ୍ରାମର ପାତ୍ର ମାଝୀଙ୍କୁ କେଉଁ କାରଣରୁ ପୁଲିସ ଉଠାଇ ନେଇଛି? ଏମାନଙ୍କୁ ଚୋରି, ଡକାୟତି, ବଳାତ୍କାର, ହତ୍ୟା ନା କେଉଁ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଡଙ୍ଗରିଆ। ଚଳିତ ମାସର ୨୧, ୨୨, ୨୩ ତାରିଖରେ ନିୟମଗିରି ପର୍ବ ରହିଛି। ଏହି ଲୋକମାନେ ପର୍ବ ପାଇଁ ବହୁତ ସାହାଯ୍ୟ ସହଯୋଗ କରୁଥିଲେ। କେଉଁ କାରଣରୁ ଏମାନଙ୍କୁ ପୁଲିସ ଉଠାଇ ନେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ପୁଲିସ ପ୍ରତି ବର୍ଷ ନିୟମଗିରି ପାହାଡ଼ର ପର୍ବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କାହାକୁ ହେଲେ ଉଠାଇନେଉଛି। ନିୟମଗିରି ପାଣି, ପବନ ଏବଂ ନିୟମ ରାଜାଙ୍କୁ ଆମେ ପ୍ରତି ବର୍ଷ ପୂଜା କରିଥାଉ। ଏଠାର ଜଙ୍ଗଲୀ ଫଳ ଚାଷକରି ଆମେ ଜୀବନ ଜୀବକା ନିର୍ବାହ କରିଥାଉ। ଏହାର ସୁରକ୍ଷା ପାଇଁ ଆମେ ଆନ୍ଦୋଳନ କରୁଛୁ। ଆମ ଡଙ୍ଗରିଆଙ୍କୁ ପୁଲିସ ଟାର୍ଗେଟ କରି ମିଥ୍ୟା ମାମଲା ରୁଜୁ ସହ ଗିରଫ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହା ନିୟମଗିରି ପୂଜାକୁ ଭଣ୍ଡୁର କରିବା ଷଡ଼ଯନ୍ତ୍ର। ଏବେ କାହିଁକି ନେଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ନିୟମଗିରି ସଭାପତି ଲଦ ସିକକା। ପାତ୍ର ମାଝୀଙ୍କ ମାଆ କହିଛନ୍ତି, ମୋ ପୁଅ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନୁହେଁ। ତା’ ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ହେଉଛି ମୋର ସାହା ଭରସା ବୋଲି କୋହଭାର କଣ୍ଠରେ କହିଛନ୍ତି।

- Advertisement -

ଏଥିରେ ଲାକପଦର ଗ୍ରାମର ସମସ୍ତ ମହିଳା ପୁରୁଷ ୩୨ଖଣ୍ଡ ଗ୍ରାମର ଡଙ୍ଗରିଆଙ୍କ ସମେତ ପୁଲିସ ଅପହରଣ କରି ନେଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଯଦି ଏମାନଙ୍କୁ ନିସର୍ତ୍ତରେ ନ ଛାଡ଼ିବେ ତାହେଲେ ଆଗାମୀ ଦିନରେ ବେଦାନ୍ତ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିବା ପାଇଁ ପଛାଇବୁ ନାହିଁ ବୋଲି ନିୟମଗିରି ସଭାପତି ଲଦଙ୍କ ସମେତ ନିୟମଗିରିବାସୀ ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories