ଅପରାହ୍ନ ୪ଟା ମୁଖ୍ୟ ଖବର

ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ଆହତ..

ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା.. ମାଟ୍ରିକ୍‌ ପରୀକ୍ଷା ନେଇ ବୋର୍ଡ଼ର ପ୍ରେସ୍‌ମିଟ୍‌.. ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା..

ଫେବୃଆରୀ ୧୩ରୁ ବିଧାନସଭା ବ‌ଜେଟ୍ ଅଧିବେଶନ.. ୧୨ରେ ସର୍ବଦଳୀୟ ବୈଠକ..

ରାଜ୍ୟ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନଙ୍କ ସହ ବୈଠକ.. କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର.. ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ସହ ଅର୍ଥ କମିଶନଙ୍କ ନିକଟରେ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କରାଯାଇଛି..

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ.. ଝାରପଡା ମହାଦେବ ନଗର ନିଶା ନିବାରଣ କେନ୍ଦ୍ର ନାଁରେ ଅଭିଯୋଗ.. ବଳକା ଟଙ୍କା ପୈଠ ନ କରିବାରୁ ପିଟି ମାରି ଦେଇଥିବା ଅଭିଯୋଗ..

Comments are closed.