www.samajalive.in
Tuesday, December 9, 2025
15.1 C
Bhubaneswar

ହାତୀ ଆତଙ୍କ, ଅଞ୍ଚଳବାସୀ ଭୟଭୀତ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁରରେ ହାତୀ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ଓ ଧାମୁଣିପଙ୍ଗା ପଞ୍ଚାୟତର ଖରଜଡ଼ା, କରଞ୍ଜା, ଟିଡି ମୂସ୍କା, ଛତାପଦର, ତାଡ଼ମୁହିଁ, ବୁଡୁଣୀ, ପାଳଖମନ, ବାମନ ଗୁଡା, ପେଡିପଦର, ସିରିମୁଲି, କଳିଆଗୁଡା, କୁଳୁମୂହି ଗ୍ରାମରେ କିଛି ଦିନ ଧରି କଳାହାଣ୍ଡିଆ ହାତୀ ପଲ କଲ୍ୟାଣସିଂହପୁର ନିୟମଗିରି ପାହାଡ଼ରେ ଆସି ରହିଥିବା ଜଣାପଡ଼ିଛି। ଏହି ହାତୀ ପଲ ବର୍ତ୍ତମାନ ସିଙ୍ଗାରି ଓ ଧାମୁଣିପଙ୍ଗା ପଞ୍ଚାୟତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଧାନ, ମାଣ୍ଡିଆ, କପା, ବିରି, କାନ୍ଦୁଲ ଚାଷ ଜମିଗୁଡ଼ିକ ନଷ୍ଟ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ରାତି ହେଲେ ଗାଁ ପାଖ ଜମିକୁ ଆସୁଥିବାବେଳେ ଦିନରେ ଜଙ୍ଗଲକୁ ଚାଲିଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଖରଜଡ଼ା ଗ୍ରାମର ଭାସ୍କର କରକରିଆ ଓ କରଞ୍ଜା ଗ୍ରାମର କୃପା ବୈଶାଗ, ରାମ ପେପିକା, ଲକ୍ଷ୍ମଣ ପେପିକାଙ୍କ ଚାଷ ଜମିଗୁଡ଼ିକ ନଷ୍ଟ କରିଦେଥିବାରୁ ଚିନ୍ତାରେ ଏହି ପରିବାର ଲୋକେ ସରକାରଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ସୋମବାର ସକାଳ ୭ଟାବେଳେ ଭବାନୀପାଟଣା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌କୁ ହାତୀ ଛତାପଦର ନିକଟରେ ଅଟକାଇ ଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀ ବାହାରିଥିବା ଅଞ୍ଚଳରେ ଲୋକଙ୍କୁ ବୁଝାସୁଝା କରି ହାତୀ ପଲ ଉପରେ ନଜର ରଖିଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି, ୧୫ଟି ହାତୀ ବୁଲୁଛନ୍ତି, ତଦନ୍ତ କରୁଛୁ। କ୍ଷୟକ୍ଷତି ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଦିଆଯିବ। ଲୋକଙ୍କୁ ସଚେତନତା କରି ବର୍ତ୍ତମାନ ହାତୀପଲ କଳାହାଣ୍ଡି ଅଞ୍ଚଳଆଡ଼େ ଯାଇଥିବା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories