www.samajalive.in
Saturday, December 6, 2025
14.1 C
Bhubaneswar

ନିୟମଗିରି ଡଙ୍ଗରିଆ କନ୍ଧ ଧୁମଧାମରେ ପାଳନ କଲେ ନୂଆଖାଇ ପରବ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧ ମାନେ ଆଜି ନୂଆଖାଇ ପରବ ଧୁମଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ଡଙ୍ଗରିଆଙ୍କ ଜୀବନଶୈଳୀ, ବେଶଭୁଷା, ଖାଦ୍ୟପେୟ, ପର୍ବପର୍ବାଣୀ, ପାହାଡ଼ି ଚାଷ ଯେତିକି ନିଆରା ତା’ଠୁ ଢେର ଅଧିକ ଆକର୍ଷଣୀୟ ସେମାନଙ୍କ ଜୀବନ ଜୀବିକାକୁ ନେଇ ଅନେକ ସଂଘର୍ଷର କଥା। ନିୟମଗିରି ପାର୍ବତ୍ୟାଞ୍ଚଳର ପ୍ରକୃତି କୋଳରୁ ମିଳୁଥିବା ଆମ୍ବ, ପଣସ, ସପୁରୀ, କଦଳୀ, କମଳା, କେନ୍ଦୁ, ବେଲ, ବିଭିନ୍ନ କନ୍ଦା, ଅଦା, ହଳଦୀ, ଶିଆଳିପତ୍ର, ଫୁଲଝାଡୁ, ପନିପରିବା, ମାଣ୍ଡିଆ, ମକା, କାଙ୍ଗୁ, ସୁଆଁ, କୋଶଳା, ଅଳସୀ, କାନ୍ଦୁଲ, ତେନ୍ତୁଳି, ବାଉଁଶ, ଛତୁ, ଶିଆଳି ଦଉଡି, ଚେରମୁଳି, ଜଡ଼ିବୁଟି, ମହୁ, ଝୁଣା, ମହୁଲ, ଜଙ୍ଗଲୀ ଫୁଲ ଏବଂ ସୁସ୍ୱାଦୁ ବାଉଁଶ କରଡି ସେମାନଙ୍କ ପରିବାରର ଜୀବନ ଜୀବିକାର ମୂଳ ଉତ୍ସ ହୋଇଥାଏ। ଆଜି ସକାଳୁ ସକାଳୁ ପାରମ୍ପରିକ ବସ୍ତ୍ର ପରିଧାନ କରି ଡଙ୍ଗରିଆ ମହିଳା, ପୁରୁଷମାନେ ନାଚ ଗୀତ ଗାଇ ଗାଁ ମୁଣ୍ଡରେ ଥିବା ଝାଙ୍କିରି ପୀଠରେ ରୀତିନୀତି ଅନୁଯାୟୀ କୁକୁଡା, ପାରା ବଳି ଦେଇ ନଡ଼ିଆ, କଦଳୀ, ଦୀପ, ଦୀପଜାଳି ତେନ୍ତୁଳି, ବୋଇତାଳୁ ଶାଗ କ୍ଷୀରି ମଣ୍ଡା ନେଇ ପୂଜାର୍ଚ୍ଚନା କରି ଧୁମଧାମରେ ନୂଆଖାଇ ପରବ ପାଳନ କରିଥିବା ଦେଖିବାକୁ ମିଳିଛି।

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories