www.samajalive.in
Monday, December 8, 2025
24.1 C
Bhubaneswar

ମହୁମାଛି ଆକ୍ରମଣରେ ୩ ଗୁରୁତର, ଅନେକ ଆହତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ମହୁଁମାଛି ଆକ୍ରମଣରେ ତିନି ଗୁରୁତର ହେବା ସହ ଅନେକ ଗୁରୁତର ହୋଇଥିବା ଜଣାପଡିଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧିଥିବା ମହୁଁମାଛି କୌଣସି କାରଣରୁ ବାହାରି ସଭାସ୍ଥଳରେ ବସିଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ କଲ୍ୟାଣସିଂହପୁର ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ, ଛାଞ୍ଚଡ଼ାଗୁଡା ଗ୍ରାମର ମୁନିଙ୍ଗ କାଳୁ ଗୋପାଳ, ଦୁଲେଣି ଗୁଡା ଗ୍ରାମର କଞ୍ଜ।କା ରାଜ ଗୁରୁତର ହୋଇଥିବା ବେଳେ ତ୍ରିନାଥ କୌଶଲ୍ୟା, ବିର୍ସୁ ହିକକା ସମେତ ବହୁ ଲୋକଙ୍କୁ ଅଳ୍ପ ବହୁ ଆକ୍ରମଣ କରି ଥିବାରୁ ସଭାସ୍ଥଳରେ ବସିଥିବା ମହିଳାମାନେ ଛତ୍ରଭଙ୍ଗ ଦେଇଥିଲେ। ଅଗ୍ନିଶମ ବିଭାଗ ପାଣି ସ୍ପ୍ରେ କରି ମହୁମାଛିକୁ ଘଉଡ଼ାଇ ଥିଲେ। ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡ଼ିରେ ଆଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ଚିନ୍ମୟ ଲିମା ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ ଓ ମୁନିଙ୍ଗକାଳୁ ଗୋପାଳଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି।

ସାଉଥ୍‌ ସୁପରଷ୍ଟାରଙ୍କ ଏହି ଫିଲ୍ମ ରିଲିଜ୍‌ର ୧୦ ଦିନ ପୂର୍ବରୁ ଆୟ କଲା ୧୪ କୋଟି, ବକ୍ସ ଅଫିସ୍‌ରେ କରିବ ଧମାକା..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories