www.samajalive.in
Saturday, December 6, 2025
15.1 C
Bhubaneswar

ପଞ୍ଚକୁଡିରେ ହାତୀ ଉପଦ୍ରବ, ଭାଙ୍ଗିଲା ଡଙ୍ଗରିଆ ଘର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ପଞ୍ଚକୁଡି ଗ୍ରାମରେ ହାତୀ ଉପଦ୍ରବ କରି ଡ଼ଙ୍ଗରିଆଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। ଗତ ରାତ୍ରୀ ୨ଟା ସମୟରେ ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ବିରଳ ଜନଜାତି ଡଙ୍ଗରିଆ କନ୍ଧ ପଞ୍ଚକୁଡି ଗ୍ରାମକୁ ୪ ହାତୀ ଯାଇ ସୁନ୍ଦୁରା କାଡ୍ରାକାର ପୁଅ ବଦ୍ରୁ କାଡ୍ରାକାଙ୍କ ଘରକୁ ଧକ୍କା ଦେବାରୁ ଘରେ ଶୋଇଥିବା ଥିବା ୬ ଜଣ ପ୍ରାଣ ବିକଳରେ ଘରୁ ବାହାରି ପଡ଼ିଥିଲେ।

୩/୪ ଦିନରେ ଓଡିଶା ଛୁଇଁବ ମୌସୁମୀ!

- Advertisement -

ଗୋଟିଏ ହାତୀ କାନ୍ଥ ଭାଙ୍ଗି ଘରେ ପଶି ଘରେ ସାଇତି ରଖିଥିବା ମାଣ୍ଡିଆ ,ଚାଉଳ, ଖସଲା , ଆମ୍ବ, ବ୍ୟାଙ୍କ ପାସବହି ,ଚାଉଳ କାର୍ଡ, ଜିନିଷ ପତ୍ର ଖାଇବା ସହ ନଷ୍ଟ କରି ଅନ୍ୟ ପଟେ କାନ୍ଥ ଭାଙ୍ଗି ବାହାରି ଯାଇଥିବା ବଦ୍ରୁ କାଡ୍ରାକା କହିଛନ୍ତି । ବହୁଦିନ ଧରି କଳାହାଣ୍ଡି ଅଞ୍ଚଳରୁ ହାତୀ ପଲ ଆସି ନିୟମଗିରି ପାହାଡରେ ଘୁରି ବୁଲି ରହିଛନ୍ତି। ବର୍ତ୍ତମାନ ନିୟମଗିରି ପାହାଡ଼ରେ ଆମ୍ବ,ପଣସ, କଦଳୀ,ସପୁରୀ ବାହାରିବା ସହ ସଲାପ ଗଛ ଗୁଡିକ ରହିଥିବାରୁ ଏହି ସବୁ ଖାଇବା ଆଶାରେ ରହିଛନ୍ତି। ବର୍ତ୍ତମାନ ପ୍ରାୟ ୧୯ଟି ହାତୀ ଦେଖିଥିବା ଡଙ୍ଗରିଆ ମାନେ କହିଛନ୍ତି।
ଉକ୍ତ ଖବର ପାଇ ବନବିଭାଗର କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଯାଉ ଥିବା ସୂଚନା ମିଳିଛି। ଉକ୍ତ ବିଷୟ ନେଇ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ୧୦ଜଣ କର୍ମଚାରୀ ରହିଛନ୍ତି। କଲ୍ୟାଣସିଂହପୁର ହାତୀ ସ୍କ୍ୱାର୍ଡ ,ବନ କର୍ମଚାରୀ ,ଫରେଷ୍ଟର ,ଟିକିରି ରୁ ତିନିଜଣ ଏଏସଏସ ସ୍କ୍ୱାର୍ଡଙ୍କୁ ସେହିଠାରେ ନିୟୋଜିତ କରାଯାଇଛି । ହାତୀର ଗତିବିଧି ସେମାନଙ୍କୁ ବିରକ୍ତି ନ କରିବା ପାଇଁ ସଚେତନ କରାଯାଉଛି। ଆମ ହିସାବରେ ସମସ୍ତ ରିପୋର୍ଟ ଆଣିଛୁ। ବର୍ତ୍ତମାନ ରାଜସ୍ୱ ନିରୀକ୍ଷକ ଯାଇ ତାଙ୍କ ରିପୋର୍ଟ ଦେଲେ ,ସରକାରଙ୍କ ନିକଟକୁ ପଠାଇବୁ। ସେହି ଠାରୁ ଯାହା ଆସିବ ତାର କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଗମାଙ୍ଗ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories