www.samajalive.in
Friday, December 5, 2025
27.1 C
Bhubaneswar

ଓଡ଼ିଶାରେ ବନ୍ଦ ହେବ ବିଏସକେୱାଇ, ଲାଗୁ ହେବ ଆୟୁଷ୍ମାନ ଭାରତ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ ନେଇ ଘୋଷଣା କରିଛନ୍ତି।

ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନମୋହନ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ରାଜ୍ୟ ସରକାର ବିଏସକେୱାଇ ଲାଗୁ କରିଥିଲେ। ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏହି ଯୋଜନାରେ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା। ବିଜେଡି ସରକାର ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ସଫଳ ହୋଇପାରି ନ ଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories