www.samajalive.in
Saturday, December 6, 2025
26.1 C
Bhubaneswar

ନିୟମଗିରି ପାହାଡ ଗୁମ୍ମା ଗ୍ରାମରେ ହାତୀ ଆତଙ୍କ ; ଗ୍ରାମବାସୀ ଭୟଭୀତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ପଟାଙ୍ଗପଦର ବିଟ ପାର୍ଷାଲି ପଞ୍ଚାୟତର ଗୁମ୍ମା ଗ୍ରାମରେ ହାତୀ ଆତଙ୍କ ପାଇଁ ଗ୍ରାମବାସୀ ଭୟଭୀତ ରହିଛନ୍ତି। ଆଜି ଏକ ହାତୀ ପଲ ଆସି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ ଗୁମ୍ମା ଗ୍ରାମର ଶିକକା ତାମ, ଶିକକା ଲକ୍ଷ୍ମଣ ,ଶିକକା ବାମୁଣି ନିୟମଗିରି ପାହାଡରେ ଲଗାଇଥିବା ଅଦା, ହଳଦୀ କଦଳୀ ଫସଲ ନଷ୍ଟ କରି ଉକ୍ତ ଅଞ୍ଚଳରେ ଘୁରି ବୁଲୁଥିବା ଗ୍ରାମବାସୀ ଦେଖି ଭୟଭୀତ ରହିଛନ୍ତି।

ଗ୍ରାମବାସୀ ଉକ୍ତ ବିଷୟ ନେଇ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନିର୍ଦେଶରେ ବନପାଳ କିଛି ବନରଖିଙ୍କୁ ଉକ୍ତ ଅଞ୍ଚଳକୁ ପଠାଇଛନ୍ତି। ନିଆଁ ନ ଲଗାଇବା ,ବାଜା ବଜାଇ ହାତୀକୁ ଦେଖି ବିରକ୍ତ ନ କରିବା ପାଇଁ ସଚେତନ କରିଛନ୍ତି। ନିୟମଗିରି ପାହାଡ଼ରେ ଚାଷ ନଷ୍ଟ ହୋଇଥିବା ଲୋକେ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ବନପାଳ ସହଦେଵ ରାଉତଙ୍କୁ ପଚାରିବାରୁ ବନରଖିଙ୍କୁ ପଠାଯାଇଛି, ଫରେଷ୍ଟ ରେଞ୍ଜ ଏରିଆରେ ଫସଲ ନଷ୍ଟ ହୋଇଥିଲେ କ୍ଷତି ପୂରଣ ମିଳି ପାରିବ ନାହିଁ ତାଙ୍କ ଜମିର ଫସଲ ନଷ୍ଟ କରିଥିଲେ କ୍ଷତି ପୂରଣ ମିଳି ପାରିବ ବୋଲି ବନପାଳ କହିଛନ୍ତି। ବର୍ତ୍ତମାନ ହାତୀ ଗୁଡିକ ଅନ୍ୟତ୍ର ଚାଲିଯାଇଛନ୍ତି।

ଆସୁଛି କାଳବୈଶାଖୀ ; ତାତିରୁ ମିଳିବ ମୁକ୍ତି ! କମିବ ତାପମାତ୍ରା..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories