www.samajalive.in
Monday, December 8, 2025
16.1 C
Bhubaneswar

ପାନୀୟ ଜଳ ପାଇଁ ହାଣ୍ଡି ବାଲ୍‌ଟି ଧରି ମହିଳାଙ୍କ ରାସ୍ତା ଅବରୋଧ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ସଦରରେ ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ନାରାୟଣପୁର ଗାଁରେ ୪ଟି ଆଦିବାସୀ ଓ ଦଳିତ ପରିବାରର ପ୍ରାୟ ୨ ଶହରୁ ଊର୍ଦ୍ଧ୍ବ ଘର ରହିଥିବା ବେଳେ ୧ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ରହିଛି । ଏହି ସାହିରେ ଦୁଇଟି ନଳକୂପ ରହିଛି । ତାହା ଅଚଳ ହୋଇ ପଡ଼ିରହିଛି । ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘ବସୁଧା’ ଯୋଜନା ମାଧ୍ୟମରେ ଗ୍ରାମକୁ ପାନୀୟ ଜଳ ଯୋଗାଣ କରିଆସୁଥିଲେ । ତାହା ପ୍ରାୟ ୨ ବର୍ଷ ହେବ ଆସ୍ତେ ଆସ୍ତେ ଅଚଳ ହୋଇ ସଠିକ ପାଣି ଆସୁଥିବା ଯୋଗୁଁ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚ ସୀତାରାମ କାଡ୍ରାକା, ନାଏବ ସରପଞ୍ଚ ଘାସି ମିଣିଆକା, ୱାର୍ଡ ସଦସ୍ୟ, ସମିତି ସଭ୍ୟ, ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପ୍ରତିକାର କରିନଥିଲେ । ନାଏବ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଲୋକଙ୍କୁ ଟଙ୍କା ଆଦାୟ କରି ନୂତନ ବୋରୱେଲ ଖନନ କରିବାକୁ କହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପାନୀୟ ଜଳ ସମସ୍ୟା ଲାଗିରହିଥିବାରୁ ପ୍ରାୟ ଦୁଇ ମାସ ହେବ ନାଏବ ସରପଞ୍ଚଙ୍କ ଘର ପାଖରେ ସୋଲାର ବା ସୌରଚାଳିତ ପମ୍ପ ତିଆରି କରିଥିଲେ । ସେହି ପମ୍ପରେ ପାଗ ମେଘୁଆ ହେଲେ ପାଣି ବାହାରୁ ନାହିଁ । ଖରା ହେଲେ ପାଣି ବାହାରୁଛି । ତାହା ଗ୍ରାମବାସୀଙ୍କୁ ନିଅଣ୍ଟ ହେଉଛି । ଗ୍ରାମର ଲୋକମାନେ ଦିନ ମଜୁରିଆ ଖଟିଖିଆ ଏମାନଙ୍କୁ ସକାଳୁ ହିଁ ପାଣି ଆବଶ୍ୟକ ରହିଛି । ଖରା ବେଳେ ପାଣି ଆସିଲେ କଣ କରାଯିବ ବୋଲି କହିଛନ୍ତି । ସେଥିପାଇଁ ନିକଟରେ ଥିବା ସୁନାଧର ନାଳର ପାଣି ବ୍ୟବହାର କରୁଛୁ । ସେହି ନାଳରେ ଗାଈଗୋରୁ, ଲୁଗାପଟା ସଫା, ଗାଧୋଇବା ସହ ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛୁ । ଯାହାଫଳରେ ରୋଗାକ୍ରାନ୍ତ ହୋଇ ପଡୁଛୁ । ବସୁଧାର ମଟର ଖରାପ ହୋଇଥିବାରୁ ନୂତନ ମଟର ପକାଇ ପାଣି ଚାଲୁ କରିଥିଲେ। କିନ୍ତୁ ପାଣି ଉପରକୁ ଉଠୁନାହିଁ ବୋଲି ସରପଞ୍ଚ ସୀତାରାମ କାଡ୍ରାକା କହିଛନ୍ତି । ଏହାକୁ ନେଇ ସକାଳ ୬ଘଣ୍ଟାଠାରୁ ୧୧ଟା ପର୍ଯ୍ୟନ୍ତ ଗ୍ରାମର ମହିଳା ମାନେ ହାଣ୍ଡି, ବାଲଟି, ଡେକ୍‌ଚି ଧରି ରାସ୍ତା ଅବରୋଧ କରିଛନ୍ତି । ଏହାକୁ ଶୁଣି ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ ସଞ୍ଜୟ କୁମାର ମୁର୍ମୁ, ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ମହିଳା ପୁରୁଷଙ୍କୁ ବୁଝାସୁଝା କରିଥିଲେ । ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଦୁଇଟି ଟାଙ୍କି ଯୋଗେ ପାଣି ଯୋଗାଇ ଦିଆଯିବ। ୪ଦିନ ମଧ୍ୟରେ ବୋରୱେଲ ମରାମତି କରାଯିବ। ତାହା କାର୍ଯ୍ୟକାରୀ ନ ହେଲେ ନୂତନ ବୋରୱେଲ ନିମନ୍ତେ ଲିଖିତ ଭାବେ ଦେଇ କାର୍ଯ୍ୟ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଟାଙ୍କି ଯୋଗେ ପାଣି ଯୋଗାଇ ଦେଇଥିବାରୁ ରାସ୍ତା ଅବରୋଧ ହଟିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories