www.samajalive.in
Sunday, December 7, 2025
26.1 C
Bhubaneswar

ଶାନ୍ତି ଶୃଙ୍ଖଳାରେ ସରିଲା ଦେବଗିରି ଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଥିବା ହାତୀ ଆକୃତି ପାହାଡ଼ ଗୁମ୍ଫାରେ ଐତିହାସିକ ପ୍ରସିଦ୍ଧ ସ୍ୱଟିକ ପଞ୍ଚମୁଖୀ ଶିଵ ପୀଠରେ ଶାନ୍ତି ଶୃଙ୍ଖଳାରେ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଦେବଗିରି ପରିଚାଳନା କମିଟି ଓ ଦେବତ୍ତର ବିଭାଗ ମିଳିତରେ ଦେବଗିରି ଠାରେ ମହାଶିବରାତ୍ର ଜାଗର ଠାରୁ ସାତ ଦିନ ଧରି ଆଡମ୍ବରରେ ଯାତ୍ରା କରାଯାଇଛି। ପାହାଡ଼ରେ ଚୁନା ମରା, ଯାତ୍ରା ପଡିଆ ଠାରୁ ପାହାଡ଼ ଉପର ପର୍ୟ୍ୟନ୍ତ ରଙ୍ଗ ବେରଙ୍ଗର ଆଲୋକ ସଜା କରାଯାଇଥିଲା। ସାତ ଦିନ ଧରି ବହୁ ଦୂର ଦୁରନ୍ତାରୁ ଭକ୍ତ ମାନେ ଆସି ଶିଵ ଦର୍ଶନ କରିବା ସହ ଯାତ୍ରା ପଡିଆ ବୁଲାବୁଲି କରିଥିଲେ। ମନୋରଞ୍ଜନ ପାଇଁ ସାତ ଦିନ ଧରି ରାତ୍ର ରେ ଭାରତ ଲୀଳା ,ନୟାଗଡ଼ ଜିଲ୍ଲା ଶରଣକୁଳର ଲଡୁବାବା ନାଟ୍ୟକଳା ପରିଷଦର ପୌରାଣିକ ନାଟକ କରାଯାଇଥିବା ବେଳେ ଶେଷ ଦିନ ବଡ଼ ପରଦାରେ ସିନେମା ପକାଯାଇଥିଲା। ଏହି ଯାତ୍ରାରେ ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକାରର ଛୋଟ ବଡ଼ ଦୋକାନ ବଜାର ବସିଥିବା ବେଳେ ମିନାବଜାର ମଧ୍ୟ କରାଯାଇଥିଲା। କମିଟି ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ପାହାଡ଼ ତଳ ଭାଗରୁ ଉପରି ଭାଗ ପର୍ୟ୍ୟନ୍ତ ପାନୀୟ ଜଳ ବ୍ୟବସ୍ଥା ,ଦୁଇ ଓଳି ଅନ୍ନ ବଣ୍ଟନ କରିଥିଲେ। ଗାଡି ପାର୍କିଂ ବ୍ୟବସ୍ଥା ମଧ୍ୟ କରିଥିଲେ। ଯେପରି ଭକ୍ତ ମାନେ ଆସି ଶାନ୍ତି ଶୃଙ୍ଖଳାରେ ଶିଵ ଦର୍ଶନ କରିବା ସହ ଯାତ୍ରା ପଡିଆ ବୁଲାବୁଲି ଯିବା ବ୍ୟବସ୍ଥା କରିଥିଲେ। ଏଥିରେ ପୁଲିସ ,ଅଗ୍ନିଶମ,ସିଆରପିଏଫ ଯବାନ ,ଦେବଗିରି ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରିଥିଲେ। ସାତ ଦିନ ଧରି ଯାତ୍ରା ଚାଲିଥିବା ବେଳେ ଆଜି ତାହା ସରିଛି। ଯାତ୍ରା ଦିନ ବିଧାୟକ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆସି ଯାତ୍ରା ପଡ଼ିଆରେ  ଭକ୍ତଙ୍କୁ ଅନ୍ନ ବଣ୍ଟନ କରିଥିଲେ। ଉକ୍ତ ବ୍ଲକରେ ସୁନାଖଣ୍ଡି ଶିଵ ମନ୍ଦିରରେ ତିନିଦିନ, ଦାନ୍ତଲିଙ୍ଗୀ, ନାରାୟଣପୁର ଓ କରପା ମନ୍ଦିରରେ ଗୋଟିଏ ଦିନ ଲେଖାଏଁ ଯାତ୍ରା କରାଯାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories