www.samajalive.in
Friday, December 5, 2025
20.1 C
Bhubaneswar

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ପୋଡିଗଲା ଘର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ଶାନ୍ତିନଗର ଗ୍ରାମର ନରେନ୍ଦ୍ର ବାଗଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘର ପୋଡି ଯାଇଥିବା ଦେଖିବାକୁ ମିଳିଛି ।ସକାଳ ୮ଘଣ୍ଟା ସମୟରେ ଘରେ କେହି ନ ଥିବା ବେଳେ ଅଚାନକ ଘରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ଥିବା ଆବାସ ପତ୍ର ସହ ଖାଦ୍ୟ ସାମଗ୍ରୀ ଧାନ ,ଚାଉଳ, ମାଣ୍ଡିଆ,ଲୁଗାପଟା, ଗନ୍ତାପଟା, ଖଟ,ଆଲମାରୀ ଇତ୍ୟାଦି ଜିନିଷ ପତ୍ର ପୋଡି ଯାଇଛି । ଘରେ ନିଆଁ ଲାଗିଥିବା ସାହିପଡିଶା ଦେଖି ନିଆଁକୁ ଆୟତ କରିବା ବେଳେ ଅନ୍ୟ ପଟେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ପ୍ରସାଦ ଖରା ସମେତ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପ୍ରାୟ ୧ ଲକ୍ଷ ଟଙ୍କାର ସମ୍ପତି ପୋଡି ଯାଇଥିବା ନରେନ୍ଦ୍ର ବାଗ କହିଛନ୍ତି ।ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories