www.samajalive.in
Friday, December 5, 2025
23.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

ଲକ୍ଷ୍ମୀପୁର : ଖରାଦିନ ପୁର୍ବରୁ କୋରାପୁଟ ଜିଲାର ବିଭିନ୍ନ ପାହାଡ଼ ସହିତ ଜଙ୍ଗଲରେ ଲୋକମାନେ ନିଆଁ ଲଗେଇ ଦିଅନ୍ତି । ଏପରିକି ପୋଡୁଚାଷ ପାଇଁ ନିଆଁ ଲଗେଇ ପାହାଡ଼କୁ ପଦା କରିବା ପରେ ସେଥିରେ ପୋଡୁଚାଷ କରିଥାନ୍ତି । ଯେଉଁଥିପାଇଁ ମୃତ୍ତିକା କ୍ଷୟ ,ଜଙ୍ଗଲ କ୍ଷୟ ହେବା ସହିତ ପରିବେଶ ନଷ୍ଟ ହୋଇ ଥାଏ । ଏଣୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ପୋଡ଼ୁଚାଷ ନକରିବା ପାଇଁ କୋରାପୁଟ ବନଖଣ୍ଡର ଲକ୍ଷ୍ମୀପୁର ବନାଞ୍ଚଳର ଲକ୍ଷ୍ମୀପୁର ସେକ୍ସନର ଆମ୍ବେଦକର ଛକ ନିକଟରେ ଏକ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ହେଉଛି ଜାତୀୟ ସମ୍ପତ୍ତି ଏହାକୁ ସୁରକ୍ଷା ଦେବା ସମସ୍ତଙ୍କ କର୍ତ୍ତବ୍ୟ ଏଣୁ ଏଥିପାଇଁ ସମସ୍ତ ସଚେତନ ହେବାକୁ ଏହା ମାଧ୍ୟମରେ ଛକ , ବଜାର ଓ ଗାଁରେ ବାର୍ତ୍ତା ଦିଆଯାଇଛି । ଏଠାରେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସହିତ ବନପାଳ ପୂର୍ଣ୍ଣ ଚନ୍ଦ୍ର କଲେକା, ଭାଗ୍ୟ ପ୍ରିୟା ସେଠୀ, କୈଳାସ ଚନ୍ଦ୍ର ପଦକା,ଡିଓ ଦୀପ୍ତି ରଞ୍ଜନ ସ୍ବାଇଁ , ସମସ୍ତ ବନରକ୍ଷୀ, ଅଗ୍ନି ନିରୋଧକ ଦଳ ଉପସ୍ଥିତ ଥିଲେ। ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories