www.samajalive.in
Sunday, December 7, 2025
26.1 C
Bhubaneswar

ଛଅ ଦଫା ଦାବି ନେଇ ରାଜସ୍ୱ ଅଧିକାରୀଙ୍କ ଧାରଣା

କଲ୍ୟାଣସିଂହପୁର : ଛଅ ଦଫା ଦାବି ନେଇ ରାଜସ୍ୱ ଅଧିକାରୀଙ୍କ ଧାରଣା । ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଶାଖା ସହାୟତାରେ ବ୍ଲକ ସଭାପତି ଗୌରୀ ଶଙ୍କର କଣ୍ଡାଗରୀଙ୍କ ନେତୃତ୍ୱରେ ସୋମବାର ରାୟଗଡା ଜିଲା କଲ୍ୟାଣସିଂହପୁର ରାଜସ୍ୱ କର୍ମଚାରୀ ମାନେ ଏକତ୍ରିତ ହୋଇ ଛଅ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ଦେଖିବାକୁ ମିଳିଛି । ଛଅ ଗୋଟି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ (ଆର ଏସ)ରାଜସ୍ୱ ସୁପରଭାଇଜର ,ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତି ନେଇ ଆଜି ତହସିଲଦାର କାର୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ଦାବି ଗୁଡିକ ହେଲା ଓଡ଼ିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କର ବେତନ ଓଆରଏସପିର ସ୍ତର-ବି ଏବଂ୯୦ ଭାଗ ରାଜସ୍ୱ ନିରୀକ୍ଷକ ପୋଷ୍ଟ ପଦୋନ୍ନତି,୨୦୦୬ ଜାନୁଆରୀ ଠାରୁଆର ଏସ) ରାଜସ୍ୱ ସୁପରଭାଇଜର ,ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକର ବେତନ ବର୍ଦ୍ଧିତ ସ୍କେଲର ଦିଆଯାଉ । ଆଉଟସୋସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ- ଡି ପୋଷ୍ଟ ପୁରଣ କରାଯାଉ , କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କୃଷକ ତଥ୍ୟ ଯାଞ୍ଚ, ସିସିଇ କୃଷି ବିଭାଗକୁ ସ୍ଥାନାନ୍ତର । ଏହି ପରି ୬ଟି ଦାବି ନେଇ ସଂଘର ସେକ୍ରେଟାରୀ ନମିତା ରାଣୀ ଗମାଙ୍ଗ ,କେସିୟର ଅନୁପ କୁମାର ମାର୍ଥା, ଆର ଏସ ଅନୀଲ କୁମାର ପ୍ରଧାନ, ରାଜସ୍ବ ନିରୀକ୍ଷକ ସନ୍ତୋଷ କୁମାର ପଣ୍ଡା, ବିଶ୍ୱନାଥ ଶବର, ସହକାରୀ ରାଜସ୍ବ ନିରୀକ୍ଷକ ଅର୍ଚ୍ଚନା କୁମାରୀ ତ୍ରିପାଠୀ, ହରିନାଥ ୱାଡକା,ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଧାରଣାରେ ବସିଛନ୍ତି । ଜନସାଧାରଣଙ୍କ କାର୍ଯ୍ୟରେ ବାଧା ହେଉଥିବା ଯୋଗୁଁ ଧାରଣାରେ ବସିଥିବା ଆନ୍ଦୋଳନକାରୀ ମାନେ ଦୁଃଖିତ ରହିଥିବା କହିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories