ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସମନ୍ୱିତ ଶିଶୁବିକାଶ ଯୋଜନା କାର୍ୟ୍ୟାଳୟର ସଭା ଗୃହରେ ଶିଶୁମାନଙ୍କ ପାଇଁ ଦିନଟିଏ ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା କମିଟି ତଥା ବାଲ୍ୟବିବାହ ନିଷେଧ ଟ୍ରାସ୍କଫୋର୍ସ କମିଟି। ଶିଶୁମାନଙ୍କର ସମସ୍ୟାର ସଚେତନତା କାର୍ୟ୍ୟକ୍ରମ ବା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ମମତା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣୀରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଏମ୍ବ୍ରିତା କାଡ୍ରାକା ଯୋଗ ଦେଇଥିବା ବେଳେ ବିଡ଼ିଓ ସୁନୀଲ ଖରା, ଏସଆଇ ସଞ୍ଜୟ କୁମାର ମୁର୍ମୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଢାଲ, ସରପଞ୍ଚ ଗୌତମ ବାର୍ଲ ମଞ୍ଚାସିନ ରହିଥିଲେ। ଏଥିରେ ସଠିକ ଭାବରେ ପ୍ରଚାର ପ୍ରସାର ହୋଇନଥିବା ଯୋଗୁଁ କେବଳ ପ୍ରଶାସନ ଉପସ୍ଥିତ ରହିଥିଲେ। ବାଲ୍ୟବିବାହକୁ କିପରି ରୋକାଯାଇ ପାରିବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।
Comments are closed.