www.samajalive.in
Monday, December 8, 2025
14.1 C
Bhubaneswar

ଗ୍ରାମଦେବୀ ମୁତ୍ୟାଲାମାଙ୍କ ମନ୍ଦିର ପ୍ରତିଷ୍ଠା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମା ଠାରେ ମାଆ ଗ୍ରାମଦେବୀ ମୁତ୍ୟାଲାମା ଙ୍କ ମନ୍ଦିର ପ୍ରତିଷ୍ଠା ଆଡମ୍ବରରେ ପାଳନ କରାଯାଇଛି ।୨୨ତାରିଖରେ ଗ୍ରାମର ମହିଳା ୧୦୮ କଳସ ଧରି ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ନାଳରୁ ସୁବାସିତ ଜଳ ସଂଗ୍ରହ କରି ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ୨୩ତାରିଖ ଦିନ ମଣ୍ଡଳ ସ୍ଥାପନ ,ନବଗ୍ରହ ପୂଜା, ଗଣେଶ ,ସୂର୍ୟ୍ୟ ପୂଜା,ଅଙ୍କୁରାରୋପଣ, ଅଧିବାସ ସାତ ଦେବୀ ଙ୍କ ମହାସ୍ନାନକରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ହୋମ ଯଜ୍ଞ କରିଥିଲେ । କମିଟି ତରଫରୁ ପ୍ରାୟ ୫ହଜାର ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ ।ଏଥିରେ ବ୍ରାହ୍ମଣ ସମାଜର ଉପସଭାପତି ପରୀକ୍ଷିତ ପାଣିଗ୍ରାହୀ ,ମୁଖ୍ୟ ପୂଜକ ବଳଭଦ୍ର ତ୍ରିପାଠୀ, ସନ୍ତୋଷ ଦାସ, ରାଜେଶ ଦାସ, ଅଷ୍ପିନି ତ୍ରିପାଠୀ ପୂଜା କରିଥିଲେ ।ସ୍ଥାନୀୟ ବିଧାୟକ ତଥା ଆଇନ ଓ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଉକ୍ତ ପୂଜାରେ ଭାଗନେଇ ପ୍ରସାଦ ସେବନ କରିଥିଲେ । ଏହାକୁ ସିକରପାଇ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories