www.samajalive.in
Saturday, December 6, 2025
14.1 C
Bhubaneswar

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଗାଁର ଗୌଡ ସାହିରେ ଜଣେ ନାବାଳିକାଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟତା ସାମ୍ନାକୁ ଆସିନାହିଁ।  ମୃତ ନାବାଳିକା ବିଷମ କଟକ ବ୍ଲକ ରସକଲା ପଞ୍ଚାୟତର ଗୁଟୁଣା ଗାଁର ବୋଲି ଜଣାପଡିଛି ।
ନାବାଳିକାଙ୍କ ନାନୀ ଓ ଜ୍ୱାଇଁଙ୍କ କହିବାନୁଯାୟୀ, ନାବାଳିକା ତାଙ୍କ ଘରକୁ ଘଣ୍ଟପର୍ବ ଦେଖିବାକୁ ଆସିଥିଲେ। ଖବର ପାଇ କଲ୍ୟାଣସିଂହପୁର ପୁଲିସ ଥାନା ଏସଆଇ ଶିବ ପ୍ରସାଦ ସାହୁ,ସଞ୍ଜୟ କୁମାର ମୁର୍ମୁ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ଶବ ଜବତ କରି କେସ ନଂ ୮ରେ  ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି । ଉକ୍ତ ମର ଶରୀରକୁ କଲ୍ୟାଣସିଂହପୁର ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ନାବାଳିକାଙ୍କ ଜଣଙ୍କ ସହ ପ୍ରେମ ସମ୍ପର୍କ ଥିବା ତାଙ୍କ ନାନୀ କହିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories