www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଦୁଇଟି ଗାଈ ମୃତ

କଲ୍ୟାଣସିଂହପୁର : ବିଦ୍ୟୁତ୍‍ ଆଘାତରେ ଦୁଇଟି ଗାଈର ମୃତ୍ୟୁ ଘଟିଛି। ଗାଈଟି ଧାନ ବିଲକୁ ପାଣି ପିଇବାକୁ ଯାଇଥିବା ବେଳେ ସେଠାରେ ଥିବା ବିଦ୍ୟୁତ୍‍
ଖୁମ୍ବ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୂଜାରୀଗୁଡା ଗ୍ରାମ ନିକଟସ୍ଥ ଜଗନ୍ନାଥପୁର ଯିବା ରାସ୍ତା ପାର୍ଶ୍ୱରେ ଥିବା ବିଲକୁ ଆଜି ସକାଳ ସାଢେ଼ ଆଠଟାରେ ପାଣି ପିଇବାକୁ ଦୁଇଟି ଗାଈ ସହ ଗୋଟିଏ ବାଛୁରୀ ଯାଇଥିବା ବେଳେ ସେଠାରେ ବିଦ୍ୟୁତ୍‍ ଖୁମ୍ବ ସଂସ୍ପର୍ଶରେ ଆସି ଦୁଇଟି ଗାଈ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ଏହି ଗାଈ ଦୁଇଟି କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତର ଡେରାକଣା ଗାଁର ନିଶ୍ର ଗୌଡ଼ଙ୍କ ବୋଲି ଜଣାପଡ଼ିଛି। ଏହା ପରେ ବିଦ୍ୟୁତ୍‍ ବିଭାଗ କର୍ମଚାରୀ ମାନେ ଆସି ଦୁଇଟି ଗାଈକୁ ଉଦ୍ଧାର କରି ଗାଈ ମାଲିକ ନିଶ୍ର ଗୌଡ଼ଙ୍କୁ ନଦୀ ପାଖରେ ପୋତି ଦେବା ପାଇଁ କହିଥିବା ସୂଚନା ମିଳିଛି। ଏହି ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories