ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଣେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ତଥା ଗୁରୁପଦ୍ମ ଆୱାର୍ଡ ପାଇଥିବା ଡ଼କ୍ଟର ଗୌରୀଶଙ୍କର ଶତପଥୀଙ୍କୁ ଗଞ୍ଜାମ ସହରରେ ଦଣ୍ଡକାଳୀ ଯାତ୍ରା ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଶତପଥି ପେସାରେ ଜଣେ ଅଧ୍ୟାପକ ହୋଇଥିବା ବେଳେ ନିଶା ତାଙ୍କ କଳା ପ୍ରତି ରହିଛି। ସ୍ୱତନ୍ତ୍ର ଢଙ୍ଗରେ ନାଟକଗୁଡ଼ିକ ନିର୍ଦେଶନା ଦେଇ ସେ ଜିଲ୍ଲାର ଜଣେ ଆଗ ଧାଡିର ନିର୍ଦ୍ଦେଶକ ଭାବେ ପରିଚିତ ଅଟନ୍ତି। ଏକ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।
ସେହିପରି ଅନେକ ନାଟକରେ ଖଳନାୟକ ଚରିତ୍ରରେ ନିଖୁଣ ଅଭିନୟକରି ଚର୍ଚ୍ଚାରେ ରହିଥିବା ସ୍ଥାନୀୟ ଦୁର୍ଗାଦେବୀ ସାହିର ପ୍ରଦୀପ କୁମାର ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନା ବେଳେ ପ୍ରମୋଦ ରଥ, ପପୁ ପଣ୍ଡା, ଅସୀମିତ ପଣ୍ଡା, ସନ୍ତୋଷ, ଦିପୁ, ହରି, ଟୁଲୁ ସାହୁ, ବିଷ୍ଣୁ ପ୍ରମୁଖ ଉପସ୍ଥିତ ଥିଲେ।



